ଓଡିଶା

odisha

ETV Bharat / city

କୋରୋନା ଚିକିତ୍ସା: ଅନଲାଇନ ପ୍ରଶିକ୍ଷଣ ନେଲେ 500 ଡାକ୍ତରୀ ଛାତ୍ରଛାତ୍ରୀ - 500 medical

ସମ୍ପ୍ରତି COVID-19 ସଂକ୍ରମଣ ପରିସ୍ଥିତିର ମୁକାବିଲା ପାଇଁ କଟକ ଏସ୍‌ସିବି ମେଡିକାଲର 500 ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ପ୍ରଶିକ୍ଷଣ । ଜୁମ୍‌ ଅନ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

Corona treatment
କୋରୋନା ଚିକିତ୍ସା: ଅନଲାଇନ ପ୍ରଶିକ୍ଷଣ ନେଲେ 500 ଡାକ୍ତରୀ ଛାତ୍ରଛାତ୍ରୀ

By

Published : Apr 4, 2020, 6:28 PM IST

ଭୁବନେଶ୍ବର: ସମ୍ପ୍ରତି COVID-19 ସଂକ୍ରମଣ ପରିସ୍ଥିତିର ମୁକାବିଲା ପାଇଁ କଟକ ଏସ୍‌ସିବି ମେଡିକାଲର 500 ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ପ୍ରଶିକ୍ଷଣ । ଏସସିବି ମେଡିକାଲ କଲେଜର ଫାକଲଟି ସଦସ୍ୟ ତଥା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧିକାରୀମାନେ ଏହି ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି ।

କୋରୋନା ଚିକିତ୍ସା: ଅନଲାଇନ ପ୍ରଶିକ୍ଷଣ ନେଲେ 500 ଡାକ୍ତରୀ ଛାତ୍ରଛାତ୍ରୀ

ସ୍ବାସ୍ଥ୍ୟ ସେବାକ୍ଷେତ୍ରକୁ ଯେକୌଣସି ଆପଦକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିବା ନିମନ୍ତେ ମେଡିକାଲ୍‌ କଲେଜର ସପ୍ତମ ଏବଂ ନବମ ସେମିଷ୍ଟାର ଏହି ଛାତ୍ରଛାତ୍ରୀମାନଙ୍କୁ ଭାରତ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଜୁମ୍‌ ଅନ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଛି ।

ପ୍ରଶିକ୍ଷଣ ପରେ ପ୍ରଥମ ଏକ ଘଣ୍ଟା ମଧ୍ୟରେ 434 ଜଣ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ କୁଇଜ୍‌ରେ ଭାଗ ନେବା ନିମନ୍ତେ ପଞ୍ଜୀକରଣ କରିଥିଲେ । ଭାରତ ସରକାରଙ୍କ ପ୍ରଦତ୍ତ କୋଭିଡ୍‌ ସଂପର୍କିତ ମଡ୍ୟୁଲଗୁଡିକ ଏହି ପ୍ରଶିକ୍ଷଣରେ ଉପସ୍ଥାପନ କରାଯାଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details