ଓଡିଶା

odisha

ETV Bharat / city

ରାଜ୍ୟରେ ପୁଣି 10 ଜୀବନ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି - ରାଜ୍ୟରେ ପୁଣି 10 ଜୀବନ ନେଲା କୋରୋନା

ରାଜ୍ୟରେ ପୁଣି 10 ମୁଣ୍ଡ ନେଲା କୋରୋନା ଭୂତାଣୁ । ଏଥିସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି ପାଇଛି । ମୃତକ 10 ଜଣଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 4 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

Corona took another 10 lives in the state, raising the death toll to 197
ରାଜ୍ୟରେ ପୁଣି 10 ଜୀବନ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି

By

Published : Aug 2, 2020, 12:02 PM IST

ଭୁବନେଶ୍ବର: ରାଜ୍ୟରେ ପୁଣି 10 ମୁଣ୍ଡ ନେଲା କୋରୋନା ଭୂତାଣୁ । ଏଥିସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି ପାଇଛି । ସମସ୍ତ ମୃତକ ଡାକ୍ତରଖାନା ଚିକିତ୍ସିତ ହେଉଥିବା ବେଳେ କୋରୋନାରେ ଏମାନଙ୍କ ମୃତ୍ୟୁ ହୋଇଛି ।

ମୃତକ 10 ଜଣଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 4 ଜଣ ଥିବାବେଳେ ଖୋର୍ଦ୍ଧାରେ 3 ଜଣ, ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ କୋରୋନା ରୋଗୀ ମୃତ୍ୟୁ ହୋଇଛି । ଗଞ୍ଜାମରେ ମୃତକ 4 ଜଣଙ୍କ ମଧ୍ୟରେ ଜଣେ 57 ବର୍ଷୀୟ ବ୍ୟକ୍ତି, 94 ବର୍ଷୀୟ ବୃଦ୍ଧା ଏବଂ ଜଣେ 45 ବର୍ଷୀୟ ମହିଳା ଅଛନ୍ତି । ସେହିପରି ଅନ୍ୟ ଜଣେ 57 ବର୍ଷୀୟ ବ୍ୟକ୍ତି ଅଛନ୍ତି, ସେ ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ମଧ୍ୟ ପୀଡିତ ଥିଲେ । ସେହିପରି ଖୋର୍ଦ୍ଧା ଜିଲ୍ଲାର ମୃତକ 3 ଜଣଙ୍କ ମଧ୍ୟରେ ଜଣେ 58 ବର୍ଷୀୟ ବ୍ୟକ୍ତି ଅଛନ୍ତି, ସେ ମଧ୍ୟ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଅନ୍ୟ ଜଣ ମହିଳା ଓ 60 ବର୍ଷୀୟ ବୃଦ୍ଧା ଅଛନ୍ତି । ତେବେ ମୃତ ମହିଳା ଜଣଙ୍କ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କିଡନୀ ରୋଗରେ ପୀଡିତ ଥିଲେ ।

ରାଜ୍ୟରେ ପୁଣି 10 ଜୀବନ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି

ସେହିଭଳି ସୁନ୍ଦରଗଡ ଜିଲ୍ଲାର ଜଣେ 73 ବର୍ଷୀୟ ବୃଦ୍ଧ ଅଛନ୍ତି । ସେ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ । ଯାଜପୁର ଜିଲ୍ଲାର ଜଣେ 80 ବର୍ଷୀୟ ବୃଦ୍ଧ ଅଛନ୍ତି, ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ଏବଂ କଳାହାଣ୍ଡି ମୃତକ 62 ବର୍ଷୀୟ ବୃଦ୍ଧ ଥିଲେ, ଯିଏ ଯକ୍ଷ୍ମା ଏବଂ ହେପାଟାଇଟିସ୍ ରୋଗରେ ପୀଡିତ ଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details