ଭୁବନେଶ୍ବର:ପୁଣି ଲେଉଟୁଛି କୋରୋନା । ଦେଶର 12ଟି ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ସତର୍କତା ଜାରି କରାଯାଇଛି । ତେବ ଆଜି(ଶୁକ୍ରବାର) ଠାରୁ ଭୁବନେଶ୍ବର ରେଳ ଷ୍ଟେସନରେ କଡାକଡି ଚେକିଂ ଆରମ୍ଭ ହୋଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ବିମାନ ବନ୍ଦର ଏବଂ ରେଳ ଷ୍ଟେସନ ଯାଞ୍ଚ ନିର୍ଦ୍ଦେଶ ଦେବାପରେ ବିଏମସିର ତତ୍ପରତା ପ୍ରକାଶ ପାଇଛି । ବିଏମସି ପକ୍ଷରୁ ଭୁବନେଶ୍ବର ରେଳଷ୍ଟେସନରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଜୋରଦାର ଆରମ୍ଭ ହୋଇଛି । ଏନେଇ ବିଏମସି କମିଶନର କହିଛନ୍ତି ଯେ, 'ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆମେ ୧୨ ଟି ରାଜ୍ୟରୁ ଓଡିଶା ଆସୁଥିବା ଲୋକଙ୍କ ଉପରେ ବେଶୀ ନଜର ରଖିଛୁ । ପୂର୍ବରୁ ଆମେ ଏୟାରପୋର୍ଟରେ ସ୍କ୍ରିନିଂ ଡେକ୍ସ କରିଥିଲୁ । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ରେଳ ଷ୍ଟେସନରେ ୩ରୁ ୪ ଟି ସ୍କ୍ରିନିଂ ସେଣ୍ଟର କରାଯିବ ।'