ଓଡିଶା

odisha

ETV Bharat / city

ରାଜ୍ୟରେ ଦିନକୁ ଲକ୍ଷେ ଟେଷ୍ଚିଂ କରାଯାଉ: ବିଜୟ - କୋରୋନା ଟେଷ୍ଟିଂ

କୋରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ଦିନକୁ ଲକ୍ଷେ ଟେଷ୍ଟିଂ କରାଯାଉ ବୋଲି ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି । ଅଧିକ ପଢନ୍ତୁ...

Corona testing rises into 1 lakhs per day: Bijay Mohapatra
ରାଜ୍ୟରେ ଦିନକୁ ଲକ୍ଷେ ଟେଷ୍ଚିଂ କରାଯାଉ: ବିଜୟ

By

Published : Apr 23, 2021, 2:10 PM IST

Updated : Apr 23, 2021, 4:50 PM IST

ଭୁବନେଶ୍ବର: ପଶ୍ଚିମବଙ୍ଗରେ କୋରୋନା ସଂକ୍ରମଣ ବଢୁଥିବାରୁ ଆଜି(ଶୁକ୍ରବାର)ଠାରୁ ରାଜ୍ୟରେ ପଶ୍ଚିମବଙ୍ଗ ସୀମାକୁ ସିଲ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଦିନକୁ ଲକ୍ଷେ ଟେଷ୍ଚିଂ କରିବା ପାଇଁ ବିଜେପି ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ।

ରାଜ୍ୟରେ ଦିନକୁ ଲକ୍ଷେ ଟେଷ୍ଚିଂ କରାଯାଉ: ବିଜୟ

ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଟେଷ୍ଟିଂ ବଢାଇବା ଦରକାର । ସେପଟେ ଟେଷ୍ଟିଂ କିଟର ଅଭାବ ଯୋଗୁଁ ଟେଷ୍ଟିଂ ଅଧିକ ହୋଇପାରୁନଥିବା ବିଜୟ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ପଶ୍ଚିମବଙ୍ଗ ପ୍ରସଙ୍ଗକୁ ଗୁରୁତର ସହିତ ନେବା ଆବଶ୍ୟକ । ଓଡିଶା ଓ ପଶ୍ଚିମବଙ୍ଗକୁ ଯାତାୟାତ କରିବା ପାଇଁ ଅନେକ ରାସ୍ତା ରହିଛି । ତେବେ ସବୁ ରାସ୍ତାକୁ ସରକାର ଜଗିବା ଦରକାର । ପୋଲିସ ଫୋର୍ସ ଓ ମୋବାଇଲ ଭ୍ୟାନକୁ ଅଧିକ କରିବା ଦରକାର ।

ବର୍ତ୍ତମାନ ଦେଶରେ ସଂକ୍ରମଣ ବଢୁଥିବାରୁ ପ୍ରବାସୀମାନେ ରାଜ୍ୟକୁ ଫେରୁଛନ୍ତି । ତେବେ ସେମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଉ । ଗଣମାଧ୍ୟମ ପ୍ରିତିନିଧିମାନେ କୋରୋନା କାଳରେ ଅହରହ ସେବା ଯୋଗାଇ ଆସୁଥିବାରୁ ସେମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରାଯିବା ସହ ଟିକା ଦିଆଯାଉ ବୋଲି ବିଜୟ କହିଛନ୍ତି । ଏହାସହିତ ସରକାରଙ୍କ ଅକ୍ସିଜେନ ପଠାଇବାକୁ ସେ ପ୍ରଶଂସା କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Apr 23, 2021, 4:50 PM IST

ABOUT THE AUTHOR

...view details