ଓଡିଶା

odisha

ETV Bharat / city

ପାର୍ବଣରେ କୋରୋନା ଚିନ୍ତା, ରେଡ ଜୋନରେ ଖୋର୍ଦ୍ଧା

ଟ୍ଵିନ ସିଟିରେ ଟିପିଆର ସର୍ବାଧିକ। ରେଡ଼ ଜୋନରେ ଖୋର୍ଦ୍ଧା ଜିଲ୍ଲା । କଟକଣା ମାନିଲେ ସଂକ୍ରମଣ କମିବ। ରାଜ୍ୟରେ ୧୯ ଟି ଜିଲ୍ଲା ଏବେ ନିୟନ୍ତ୍ରଣାଧୀନ। ଅଧିକ ପଢନ୍ତୁ...

By

Published : Oct 14, 2021, 1:25 PM IST

ପାର୍ବଣରେ କରୋନା ଚିନ୍ତା, ଟ୍ଵିନ ସିଟିରେ ଟିପିଆର ସର୍ବାଧିକ, ରେର୍ଡ ଜୋନରେ ଖୋର୍ଦ୍ଧା
ପାର୍ବଣରେ କରୋନା ଚିନ୍ତା, ଟ୍ଵିନ ସିଟିରେ ଟିପିଆର ସର୍ବାଧିକ, ରେର୍ଡ ଜୋନରେ ଖୋର୍ଦ୍ଧା

ଭୁବନେଶ୍ବର: ରାଜ୍ୟରେ ଏବେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥି ମଧ୍ୟରୁ ଭୁବନେଶ୍ବରରୁ ୪୦ ପ୍ରତିଶତ ସଂକ୍ରମିତ ରହୁଛନ୍ତି । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ଏବେ ରେର୍ଡ ଜୋନରେ ଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲା ଗ୍ରିନ ଜୋନରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେହିପରି ରାଜ୍ୟରେ ଟିପିଆର ୦.୯୮ ଥିବା ବେଳେ ଖୋର୍ଦ୍ଧାରେ ୨.୭ କଟକରେ ୩.୦୮, ଓ ମୟୂରଭଞ୍ଜରେ ୧.୨୧ ରହିଛି ।

ପାର୍ବଣରେ କରୋନା ଚିନ୍ତା, ଟ୍ଵିନ ସିଟିରେ ଟିପିଆର ସର୍ବାଧିକ, ରେର୍ଡ ଜୋନରେ ଖୋର୍ଦ୍ଧା

ତେବେ ରାଜ୍ୟରେ ୩ ମାସ ହେବ ସଂକ୍ରମଣ ଉପର-ତଳ ହେଉଛି । ଯଦି ପାର୍ବଣରେ ଲୋକମାନେ କଟକଣା ନମାନନ୍ତି ତେବେ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କା ରହିଛି । କିନ୍ତୁ ରାଜ୍ୟରେ ପଜେଟିଭ ରେଟ ଉଦବେଗ ଜନକ ନୁହଁ । କେବଳ ରାଜଧାନୀରେ ପଜେଟିଭ ରେଟ୍ ଅଧିକ ଥିବାବେଳେ ଏବେ ଏହା ଚିନ୍ତାଜନକ ।

ଜଣେ ସଂକ୍ରମିତ ହେଲେ ୭ ଦିନ ଲାଗୁଛି ଅନ୍ୟ ଜଣଙ୍କୁ ସଂକ୍ରମିତ କରିବା ପାଇଁ । କିନ୍ତୁ କମ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଥିବାରୁ ମେଡିକାଲରେ କୋରୋନା ରେଗୀଙ୍କ ସଂଖ୍ୟା କମ ରହିଛି । ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗ ଏନେଇ ସର୍ଭେଲାନ୍ସ କରୁଛି । ଲୋକମାନେ କଟକଣା ମାନନ୍ତୁ ଏବଂ ଯେଉଁ ମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details