ଓଡିଶା

odisha

ETV Bharat / city

ସେପ୍ଟେମ୍ବରରେ ବଢିଲା ସଂକ୍ରମଣ ଗ୍ରାଫ; ଆକ୍ରାନ୍ତ, ଆରୋଗ୍ୟ ଓ ମୃତ୍ୟୁରେ ରେକର୍ଡ - ସେପ୍ଟେମ୍ବର ମାସରେ ଅଣାୟତ କୋରୋନା

ସେପ୍ଟେମ୍ବର ମାସରେ ରାଜ୍ୟରେ ଅଣାୟତ କୋରୋନା ସଂକ୍ରମଣ । ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ମୃତକଙ୍କ ସଂଖ୍ୟା । ଯାହା ଅନ୍ୟ ମାସ ଅପେକ୍ଷା ସେପ୍ଟେମ୍ବର ମାସ କରିଛି ରେକର୍ଡ । ଅଧିକ ପଢନ୍ତୁ..

ସେପ୍ଟେମ୍ବର ମାସରେ ବିସ୍ତାର କଲା କୋରୋନା; ଆକ୍ରାନ୍ତ, ଆରୋଗ୍ୟ ଓ ମୃତ୍ୟୁରେ ରେକର୍ଡ
ସେପ୍ଟେମ୍ବର ମାସରେ ବିସ୍ତାର କଲା କୋରୋନା; ଆକ୍ରାନ୍ତ, ଆରୋଗ୍ୟ ଓ ମୃତ୍ୟୁରେ ରେକର୍ଡ

By

Published : Oct 2, 2020, 8:11 PM IST

ଭୁବନେଶ୍ବର: ସେପ୍ଟେମ୍ବର ମାସରେ ରାଜ୍ୟରେ ଅଣାୟତ କୋରୋନା ସଂକ୍ରମଣ । ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ମୃତକଙ୍କ ସଂଖ୍ୟା । ଅନ୍ୟ ମାସ ଅପେକ୍ଷା ସେପ୍ଟେମ୍ବର ମାସ କରିଛି ରେକର୍ଡ। ରାଜ୍ୟରେ ସଂକ୍ରମଣ ଗ୍ରାଫ ତଳକୁ ଆସିବାର ନାମ ଧରୁନି । ଦିନକୁ ଦିନ ଟେଷ୍ଟ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଜିଟିଭ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି । ରାଜ୍ୟରେ ସେପ୍ଟେମ୍ବର ମାସରେ ମୋଟ 14 ଲକ୍ଷରୁ ଉର୍ଦ୍ଧ ଟେଷ୍ଟ କରାଯାଇଥିବା ବେଳେ ରେକର୍ଡ ସଂଖ୍ୟକ 1,13,073 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ 1,05,627 ଜଣ ଆରୋଗ୍ୟ ହୋଇଘରକୁ ଫେରିଥିବା ବେଳେ ମାସକ ମଧ୍ୟ ମୃତ୍ୟୁ ସଂଖ୍ୟା 350 ରେ ପହଁଚିଛି । ରାଜ୍ୟରେ ମୃତକଙ୍କ ମଧ୍ୟରୁ ଅଧିକାଂଶ 20 ରୁ 50 ବର୍ଷୀୟ ଯୁବକ ଓ ମହିଳା ହୋଇଥିବା ଜଣାପଡିଛି।

ଏହା ସତ୍ତ୍ୱେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ମାସ ଅପେକ୍ଷା ସେପ୍ଟେମ୍ବର ମାସରେ ସର୍ବାଧିକ ଆକ୍ରାନ୍ତ, ସର୍ବାଧିକ ଆରୋଗ୍ୟ ଓ ସର୍ବାଧିକ ମୃତ୍ୟୁ ସଂଖ୍ୟା ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ମାସରେ ହୋଇଥିବା ଆକ୍ରାନ୍ତ, ଆରୋଗ୍ୟ ଓ ମୃତ୍ୟୁ ସୂଚନା ଗୁଡିକ ହେଲା- ସେପ୍ଟେମ୍ବର 1 ତାରିଖରେ 3219 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 3484 ଜଣ ସୁସ୍ଥ ଓ 11 ଜଣ ମୃତ୍ୟୁବରଣ କରିଥିଲେ। ସେପ୍ଟେମ୍ବର 2ରେ 3631 ଜଣ ଆକ୍ରାନ୍ତ, 3303 ଜଣ ଆରୋଗ୍ୟ ଓ 11 ମୃତ । ସେପ୍ଟେମ୍ବର 3ରେ 3267 ଜଣ ଆକ୍ରାନ୍ତ, 3278 ଜଣ ଆରୋଗ୍ୟ ଓ 8 ଜଣ ମୃତ୍ୟ ।

ସେହିପରି 4 ତାରିଖରେ 3543 ଜଣ ଆକ୍ରାନ୍ତ, 2980 ଜଣ ଆରୋଗ୍ୟ ଓ 9 ମୃତ । ସେପ୍ଟେମ୍ବର 5ରେ 3810 ଜଣ ଆକ୍ରାନ୍ତ, 3443 ଜଣ ଆରୋଗ୍ୟ ଓ 7 ମୃତ । 6 ତାରିଖରେ 3861 ଜଣ ଆକ୍ରାନ୍ତ, 2590 ଜଣ ଆରୋଗ୍ୟ ଓ 8 ଜଣ ମୃତ। 7ରେ 3490 ଜଣ ଆକ୍ରାନ୍ତ, 3034 ଜଣ ଆରୋଗ୍ୟ ଓ 10 ମୃତ । ସେହିପରି ଭାବରେ ସେପ୍ଟେମ୍ବର 15 ତାରିଖ ଠାରୁ ତିନି ହଜାରାରୁ ଆକ୍ରାନ୍ତ ବୃଦ୍ଧି ଘଟି 4 ହଜାରରେ ଆକ୍ରାନ୍ତ ରେକର୍ଡ କଲା । ତେବେ ଏହି 4 ହଜାର ରୁ ଉର୍ଦ୍ଧ ଆକ୍ରାନ୍ତ ସେପ୍ଟେମ୍ବର 25 ତାରିଖ ପର୍ଯ୍ୟନ୍ତ ଦୈନିକ ଚିହ୍ନଟ ହୋଇଥିଲେ। ତେବେ ସେହିପରି ଭାବରେ ସୁସ୍ଥରେ ମଧ୍ୟ ସର୍ବାଧିକ ଚିହ୍ନଟ ହୋଇଥିଲେ।

ଏପଟେ ଦେଖିବାକୁ ଗଲେ ସେପ୍ଟେମ୍ବର ମାସରେ ମୃତକ ସଂଖ୍ୟା ବଢିବାରେ ଲାଗିଛି। ଦୈନିକ 12 ରୁ 16 ମଧ୍ୟରେ ମୃତକ ଚିହ୍ନଟ ହେଉଛନ୍ତି । ଯଦି ରାଜ୍ୟରେ ମୋଟ ଆକ୍ରାନ୍ତ ଦେଖିବା ତେବେ 2, 22734 ଜଣ । ଏଥିମଧ୍ୟରୁ ସେପ୍ଟେମ୍ବର ମାସରେ କେବଳ 113073 ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭାବରେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ହେଉଛି 185700 ଜଣ। ସେଥିମଧ୍ୟରୁ 105627 ଜଣ ସେପ୍ଟେମ୍ବର ମାସରେ ଆରୋଗ୍ୟ ହୋଇଛନ୍ତି । ଯଦି ମୃତ ସଂଖ୍ୟା ଦେଖିବା ତେବେ ରାଜ୍ୟରେ ମୋଟ ମୃତକ ସଂଖ୍ୟା 875 ଜଣ ।

ସେଥିମଧ୍ୟରୁ 350 ଜଣ ସେପ୍ଟେମ୍ବର ମାସରେ ମୃତ୍ୟୁବରଣ ହୋଇଛନ୍ତି । ତେବେ ସରକାରୀ ତଥ୍ୟ ଅନୁଯାୟୀ ଅନ୍ୟ ମାସ ଅପେକ୍ଷା ସେପ୍ଟେମ୍ବର ମାସ, ଆକ୍ରାନ୍ତ ଆରୋଗ୍ୟ ଓ ମୃତ୍ୟୁରେ ସର୍ବାଧିକ ରେକର୍ଡ ସୃଷ୍ଟି କରିଛି । ଏଥି ସହ ଆକ୍ରାନ୍ତ ଚିହ୍ନଟ କରିବାରେ ବଡ ସଫଳତା ହେଉଛି ଟେଷ୍ଟିଂ। ରାଜ୍ୟରେ ମୋଟ 32,50, 999 ଟେଷ୍ଟିଂ ହୋଇଥିବା ବେଳେ ସେପ୍ଟେମ୍ବର ମାସରେ 14,11,145 ଟେଷ୍ଟିଂ କରାଯାଇଛି । କରୋନା ପାଇଁ ଟେଷ୍ଟିଂ ବଢିବା ସହିତ ପଜିଟିଭ ସଂଖ୍ୟା ମଧ୍ୟ ବଢ଼ିବାରେ ଦେଖାଯାଇଛି ।

ତେବେ କରୋନାକୁ ନେଇ ରାଜ୍ୟ ସରକାର ସମସ୍ତଙ୍କୁ ସଚେତନ ରହିବା ସହ ମାସ୍କ ସାନିଟାଇଜର ଓ ସାମାଜିକ ଦୂରତା ରଖିବାକୁ ସଦାସର୍ବଦା ସୂଚନା ଦେଇଆସୁଛନ୍ତି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details