ଭୁବନେଶ୍ବର: ରାଜ୍ୟରେ ଏବେ ନିଆଁ ଭଳି ବ୍ୟାପିଲାଣି ସଂକ୍ରମଣ, ସଂକ୍ରମଣ ଅପୱାର୍ଡ ଟ୍ରେଣ୍ଡରେ ରହିଛି । ବଢୁଥିବା କୋରୋନା ସଂକ୍ରମଣକୁ ନେଇ ଏଭଳି ମତ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ରାଜ୍ୟ ସରକାରଙ୍କ କଟକଣା ଅନୁସାରେ ଏବେ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟ କରୁଛି । ବିଭାଗ ତରଫରୁ ସର୍ଭେଲାନ୍ସ ଟୀକାକରଣ, ଟେଷ୍ଟିଂ, ଟ୍ରିଟମେଣ୍ଟ ସଜାରି ରହିଛି । ସଂକ୍ରମଣ କେବେ କମିବ, କହି ହେବନି। ତେଣୁ ଏନେଇ ଅଧିକ ଚିନ୍ତା କରିବାର ନାହିଁ ।
ତେବେ ଡେମିକ୍ରନକୁ ନେଇ ମଧ୍ୟ ମତ ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ । ସେ କହିଛନ୍ତି ଯେ ଡେମିକ୍ରନ ଗୋଟିଏ ଦେଶରେ 25ଟି ବାହାରିଛି । ଏହା ଉପରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ । ଏହା ଉପରେ ଅଧିକ ଚର୍ଚ୍ଚା କେବଳ ଆତଙ୍କ ଖେଳାଇବ । ତେଣୁ ଏହାକୁ ନେଇ ଚର୍ଚ୍ଚା କରା ନଯାଉ । ଆମ ରାଜ୍ୟରେ ସଂକ୍ରମଣ ଆଡ଼ମିଶନ ହାର କମ ରହିଛି । 20 ହଜାରରୁ ଅଧିକ ଆକ୍ଟିଭ କେସରୁ ମାତ୍ର 19 ହାଜରରୁ ଅଧିକ ହୋମ ଆଇସଲେସନରେ ଅଛନ୍ତି ।