ଭୁବନେଶ୍ବର: କୋରୋନା ସଂକ୍ରମଣ ହଷ୍ଟେଲରେ ବ୍ୟାପିବା ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା । ବିଭାଗ ପକ୍ଷରୁ କୋରନା ପାଇଁ ଉଭୟ ଘରୋଇ ଓ ସରକାରୀ ହଷ୍ଟେଲ ପାଇଁ ସ୍ଵତନ୍ତ୍ର ଗାଇଡ ଲାଇନ ଲାଗୁ ହେଉଛି । ସରକାରୀ ହଷ୍ଟେଲ ସ୍କୁଲ କଲେଜର ହଷ୍ଟେଲରେ କୋରୋନା ସଂକ୍ରମଣ ସାମ୍ନାକୁ ଆସିନାହିଁ ।
ଗାଇଡ଼ ଲାଇନକୁ କଡାକଡି କାର୍ଯ୍ୟକାରୀ କରିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ । ଘରୋଇ ହଷ୍ଟେଲ ମାନଙ୍କରେ କିଛି ସ୍ଥାନରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତାକୁ ବନ୍ଦ କରାଯାଇଛି ।