ଭୁବନେଶ୍ବର: କୋଭିଡ -୧୯ ଯେଉଁଭଳି ଭାବେ କାୟା ବିସ୍ତାର କରୁଛି, ତାକୁ ନେଇ ସାରା ଦେଶରେ ଚିନ୍ତାଜନକ ପରିସ୍ଥିତି ଉପୁଜିଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୋରୋନା ମୁକାବିଲା ନେଇ ବିଭିନ୍ନ ପ୍ୟାକେଜ ଘୋଷଣା କରାଯାଉଛି । ଅନ୍ୟପଟେ କଂଗ୍ରେସ ପକ୍ଷରୁ ସାମ୍ବାଦିକଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି ।
ଶନିବାର ଭୁବନେଶ୍ବର କଂଗ୍ରେସ ଭବନରେ କୋରୋନା ସଚେତନତା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ରାଜ୍ୟରେ ମହାମାରୀ କୋରୋନା ସତର୍କତା ସହ ମୁକାବିଲା କରିବାର ଆବଶ୍ୟକତା ରହିଛି । ଲକଡାଉନ କଟକଣା ନେଇ ନିଜ ଅଞ୍ଚଳରେ ଗରିବ ନିରାଶ୍ରୟ ଲୋକଙ୍କୁ ସାହାଯ୍ୟ କରିବା ନେଇ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଜଟଣୀ ବିଧାୟକ ସୁରେଶ ରାଉତ ରାୟ ।