ଭୁବନେଶ୍ବର: ରାଜ୍ୟରେ 110 ଟି ସାଇଟରେ ଚାଲିଛି ଡ୍ରାଏ ରନ । CHC, PHC ଓ ମେଡ଼ିକାଲ କଲେଜରେ ସମେତ 11ଟି ଘରୋଇ ହସ୍ପିଟାଲରେ ଏହାକୁ କରାଯାଉଛି । ଭୁବନେଶ୍ୱରରେ ସମ ହସ୍ପିଟାଲରେ ଡ୍ରାଏ ରନ କରାଯାଉଛି। ପ୍ରତି ସାଇଟରେ 25 ଜଣଙ୍କୁ ଡମି ଟୀକା ଦିଆଯିବ। ସହର ହେଉ କି ଗାଁ, ଟୀକାକରଣରେ ସମୟରେ କଣ ଅସୁବିଧା ହୋଇପାରେ, ସେ ସବୁ ଆଜି ଜଣାପଡ଼ିବ।
ଟୀକା ନେବାର 30 ମିନିଟ ଭିତରେ ଯଦି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ, ତାହେଲେ ତୁରନ୍ତ ଚିକିତ୍ସା କରିବା ପାଇଁ AEFI କୀଟ ଅବରଜଭେସନ ରୁମରେ ରଖାଯାଇଛି। ସେଥିରେ ସମସ୍ତ ଜୀବନ ରକ୍ଷା ଔଷଧ ରଖାଯାଇଛି। କେନ୍ଦ୍ରରୁ ଖୁବ ଶୀଘ୍ର ଟୀକା ଆସିବ ବୋଲି କହିଛନ୍ତି।