ଭୁବନେଶ୍ବର: ରାଜ୍ୟରେ ସୁସ୍ଥ ସଂଖ୍ୟା 4 ହଜାର ପାର, ନୂଆ ସୁସ୍ଥ ହେଲେ 135 । ବୁଧବାର ରାଜ୍ୟରେ 135 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଭଲ ଖବର । ତେବେ ରାଜ୍ୟରେ ମୋଟ 4123 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଦିନକୁ ଦିନ ରାଜ୍ୟରେ କୋରୋନା କାୟା ବିସ୍ତାର କରି ଚାଲିଛି । କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ରାଜ୍ୟରେ 17 ଟି ଜିଲ୍ଲାରେ 135 ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଥିବା ବେଳେ ଏଠାରେ ସୁସ୍ଥ ସଂଖ୍ୟା 49 ରହିଛି । ସେହିପରି ଖୋର୍ଦ୍ଧାରେ 19, କଳାହାଣ୍ଡି 16, ଜଗତସିଂହପୁର 14, ବାଲେଶ୍ବର 7, କଟକ 6, ଅନୁଗୋଳ ଯାଜପୁର ଓ ପୁରୀରେ 4 ସୁସ୍ଥ ହୋଇଥିବା ଖବର ଆସିଛି ।