ଓଡିଶା

odisha

ETV Bharat / city

କୋରୋନା ପ୍ରସ୍ତୁତି, ଏସବିଆଇ ଜାରି କଲା ହେଲପଲାଇନ ନମ୍ବର - corona preparation

ଦେଶର ବୃହତ୍ତମ ବ୍ୟାଙ୍କର ଏସବିଆଇର କୋରୋନା ମୁକାବିଲା ପ୍ରସ୍ତୁତି । ଗ୍ରାହକଙ୍କୁ ସମସ୍ତ ସୁବିଧା ଯୋଗାଇଦେବାକୁ ଜାରି ହୋଇଛି ହେଲପଲାଇନ ନମ୍ବର ୯୪୩୯୧୫୦୫୯୪।

SBI corona preparation
କୋରୋନା ପ୍ରସ୍ତୁତି , ଏସବିଆଇ ଜାରି କଲା ହେଲପଲାଇନ ନମ୍ବର

By

Published : Mar 26, 2020, 9:16 PM IST

ଭୁବନେଶ୍ବର: କୋରୋନା ମୁକାବିଲା ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରସ୍ତୁତି । ଏନେଇ ଏସବିଆଇ ଭୁବନେଶ୍ବର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କଳା ସାମ୍ବାଦିକ ସମ୍ମିଳନୀ ସମସ୍ତ ସୂଚନା ଦେଇଛନ୍ତି ।

କୋରୋନା ପ୍ରସ୍ତୁତି , ଏସବିଆଇ ଜାରି କଲା ହେଲପଲାଇନ ନମ୍ବର

କୋରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ଲକଡାଉନ କରାଯାଇଛି । ଏଭଳି କଟକଣା ପରିସ୍ଥିତିରେ ଏସବିଆଇ ତାର ଗ୍ରାହକଙ୍କୁ ସହଯୋଗର ହାତ ବଢାଇଛି । ଏଥିପାଇଁ ହେଲ୍ପ ଲାଇନ ନମ୍ବର (୯୪୩୯୧୫୦୫୯୪) ଜାରି କରାଯାଇଛି । ଏହା ଦିନ ୧୦ ଟାରୁ ୨ ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଗ୍ରାହକଙ୍କ ସୁବିଧା ପାଇଁ ରାଜ୍ୟରେ ୮୭୬ ଟି ଏସବିଆଇ ଶାଖା ଖୋଲା ରହିଛି।

କୋରୋନା ପ୍ରସ୍ତୁତି , ଏସବିଆଇ ଜାରି କଲା ହେଲପଲାଇନ ନମ୍ବର

ରାଜ୍ୟରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୋଟ ୨୮୪୨ ଏଟିଏମରୁ ପ୍ରାୟ ୯୫ ପ୍ରତିଶତ ଏଟିଏମରେ ନଗଦ ଟଙ୍କା ମିଳୁଛି। ଏଟିଏମ ଓ ବ୍ୟାଙ୍କ ଦୈନନ୍ଦିନ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ହାରାହାରି ୧୨୫ ଭିତରେ ସୀମିତ। କୋରାପୁଟର ଜୟପୁରରେ ସର୍ବାଧିକ ଗ୍ରାହକ ବ୍ୟାଙ୍କ ସେବା ପାଉଛନ୍ତି । ସେହିପରି ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଗ୍ରାହକ ମଧ୍ୟ ସେବା ପାଇପାରୁଛନ୍ତି ।

ଏସବିଆଇର ମୋଟ ୯୮୬୦୪ କର୍ମଚାରୀ ଙ୍କ ମଧ୍ୟରୁ ୪୯୫୧ କର୍ମଚାରୀ ଘରେ ରହି କାର୍ଯ୍ୟ କରୁଛନ୍ତି । ୬୭ ଜଣ କର୍ମଚାରୀ ସଙ୍ଗରୋଧରେ ଅଛନ୍ତି। ବ୍ୟାଙ୍କର କିଛି ବ୍ରାଞ୍ଚ ଦିନେ ଛଡା ଦିନେ ଖୋଲା ଯାଉଛି। ବୁଧବାର ଅନଲାଇନ ମାଧ୍ୟମରେ ୫୬ଜଣ ଗ୍ରାହକଙ୍କୁ ଲୋନ ଯୋଗାଇ ଦିଆଯାଇଛି। କେବଳ ଭବାନୀପାଟଣାରେ ଜିସିଇ କ୍ୟାମ୍ପସ ଶାଖା ବନ୍ଦ ରହିଛି ବୋଲି ପ୍ରବୀଣା କାଲା ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details