ଭୁବନେଶ୍ୱର : ଭୁବନେଶ୍ୱରରେ ମୋ ବସରେ କରୋନା ସଂକ୍ରମଣ ରୋକିବା ପାଇଁ ସ୍ମାର୍ଟ ପଦକ୍ଷେପ ଗ୍ରହଣ କରିଛି କ୍ରୁଟ । ଭୁବନେଶ୍ୱରର ଲାଇଫ ଲାଇନ କୁହାଯାଉଥିବା ମୋ ବସ ସେବାରେ କରୋନା ସଂକ୍ରମଣ ରୋକିବାକୁ କ୍ରୁଟ ପକ୍ଷରୁ ସ୍ମାର୍ଟ ଉପାୟରେ ପ୍ରତ୍ୟେକ ବସ ସାନିଟାଇଜିଙ୍ଗ ହେଉଛି । ଏକ ସ୍ୱତନ୍ତ୍ର ଏଜେନ୍ସିକୁ ଏହି ଦାୟିତ୍ୱ ଦିଆଯାଇଛି ।
‘ମୋ ବସ’ରେ କରୋନା ପ୍ରସ୍ତୁତି, କର୍ମଚାରୀଙ୍କ ପାଇଁ ମାସ୍କ ଓ ସାନିଟାଇଜର - ମୋ ବସରେ କରୋନା ସଂକ୍ରମଣ ରୋକି
ଭୁବନେଶ୍ୱରରେ ମୋ ବସରେ କରୋନା ସଂକ୍ରମଣ ରୋକିବା ପାଇଁ ସ୍ମାର୍ଟ ପଦକ୍ଷେପ ଗ୍ରହଣ କରିଛି କ୍ରୁଟ । ଆହୁରି ପଢନ୍ତୁ...
କ୍ରୁଟ ପକ୍ଷରୁ କରୋନା ପ୍ରସ୍ତୁତି
ମୋ ବସରେ ସାମାଜିକ ଦୂରତ୍ୱ ରଖିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି । ମୋ ବସର କ୍ର୍ୟୁ ମେମ୍ବରଙ୍କ ପାଇଁ ମାସ୍କ ଆଉ ସାନିଟାଇଜର ବ୍ୟବସ୍ଥା ମଧ୍ଯ କରାଯାଉଛି । ସମସ୍ତ ଯାତ୍ରୀଙ୍କୁ ସଚେତନତା ବାର୍ତ୍ତା ପ୍ରେରିତ କରାଯାଉଛି ବୋଲି କ୍ରୁଟ ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ