ଓଡିଶା

odisha

ETV Bharat / city

ବିଏମସିରେ କୋରୋନା ପ୍ରସ୍ତୁତି

ସ୍ମାର୍ଟସିଟି ଭୁବନେଶ୍ୱରରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ସ୍ଥିତି ଉଦବେଗଜନକ ହେବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ୧୯ ଜୁନ ସୁଦ୍ଧା ଭୁବନେଶ୍ୱର ରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ ଥିବାବେଳେ ୮୩ ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ..

corona-preparation-at-bmc
ବିଏମସିରେ କୋରୋନା ପ୍ରସ୍ତୁତି

By

Published : Jun 19, 2020, 10:39 PM IST

ଭୁବନେଶ୍ବର :ସ୍ମାର୍ଟସିଟି ଭୁବନେଶ୍ୱର ରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ସ୍ଥିତି ଉଦବେଗଜନକ ହେବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ୧୯ ଜୁନ ସୁଦ୍ଧା ଭୁବନେଶ୍ୱର ରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ ଥିବାବେଳେ ୮୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୮ ଜଣ ଏବେ ଭୁବନେଶ୍ୱରର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ୩ ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି।

ବିଏମସିରେ କୋରୋନା ପ୍ରସ୍ତୁତି

ଖୋର୍ଦ୍ଧା ଜିଲ୍ଲା ସବ ଡିଭିଜନରେ ସଟଡାଉନ ଅବଧିକୁ ବଢ଼ାଇ ଦିଆଯାଇଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ୱରରେ ବଢୁଛି ହେଲେ ଚିନ୍ତାର କାରଣ କିଛି ନାହିଁ କାରଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୫ ପ୍ରତିଶତ ବାହାରୁ ଆସିଛନ୍ତି । ଲୋକାଲ କେସ ବହୁତ କମ, କଣ୍ଟାକଟ ଟ୍ରେସିଂ ଚାଲୁରହିଛି, ଘରେ ଘରେ ଆକ୍ଟିଭ ସର୍ଭେଲାନ୍ସ ଚାଲୁରହିଛି । ୧୪ ଦିନ କ୍ୱାରେଣ୍ଟିନକୁ ପ୍ରାଧାନ୍ୟ ଦିଆଯାଇଛି।ବିଶେଷକରି ବସ୍ତି ବାସିନ୍ଦାଙ୍କ ପାଇଁ ଭିର୍ଣ ଏସଓପି ଜାରିକରାଯାଇଛି ।

ସେମାନଙ୍କୁ ସରକାରୀ କ୍ୱାରେଣ୍ଟିନରେ ରଖାଯାଉଛି, ସେମାନଙ୍କ ଟେଷ୍ଟ କରାଯାଉଛି। ପ୍ରାୟ ସବୁ ସ୍ଥାନ ଗୁଡିକ ସାନିଟାଇଜଡ କରାଯାଉଛି। ସଚେତକ ଆପ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସାମାଜିକ ଦୂରତ୍ୱ ରକ୍ଷା,ମାସ୍କ ପିନ୍ଧିବା, ହାତ ଧୋଇବା, ଜନଗହଳିପୂର୍ଣ ସ୍ଥାନକୁ ବର୍ଜନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ସେପଟେ ଖାଲି ଭୁବନେଶ୍ୱର ନୁହେଁ ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି, ପ୍ରାୟ ସବୁ ଜିଲ୍ଲା କୁ କରୋନା ଛୁଇଁ ସାରିଲାଣି। ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଁଚିଛି।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details