ଓଡିଶା

odisha

ETV Bharat / city

ବରମୁଣ୍ଡା ବସଷ୍ଟାଣ୍ଡରେ କରୋନା ମୁକାବିଲା, ଇଟିଭି ଭାରତରେ ବାସ୍ତବ ଦୃଶ୍ୟ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର । ବିଭିନ୍ନ ବିଭାଗକୁ ନିର୍ଦେଶ ଦିଆଯାଇଛି କରୋନାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ । ଏବଂ କରୋନା ସମ୍ପର୍କରେ , କରୋନାର ମୁକାବିଲା ପାଇଁ ଘନ ଘନ ବୈଠକ ବସୁଛି । ଏନେଇ ବାସ୍ତବତା କଣ ଆମେ ପହଁଚିଥିଲୁ ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ । ଅଧିକ ପଢନ୍ତୁ...

By

Published : Mar 14, 2020, 4:39 AM IST

corona-precaution-in-baramunda-bustand
corona-precaution-in-baramunda-bustand

ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡରେ କରୋନା ସଚେତନତା । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର । ବିଭିନ୍ନ ବିଭାଗକୁ ନିର୍ଦେଶ ଦିଆଯାଇଛି କରୋନାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ । ଏବଂ କରୋନା ସମ୍ପର୍କରେ , କରୋନାର ମୁକାବିଲା ପାଇଁ ଘନ ଘନ ବୈଠକ ବସୁଛି । ଏନେଇ ବାସ୍ତବତା କଣ ଆମେ ପହଁଚିଥିଲୁ ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ।

ବରମୁଣ୍ଡା ବସଷ୍ଟାଣ୍ଡରେ କରୋନା ମୁକାବିଲା, ଇଟିଭି ଭାରତରେ ବାସ୍ତବ ଦୃଶ୍ୟ

ରାଜ୍ୟ ବସ ମାଲିକ ଅସୋସିଏସନର ଯୁକ୍ତି, ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରତି ବସରେ ହ୍ୟାଣ୍ଡ ସାନିଟାଇଜର ରଖାଯାଇଛି । ଡାକ ବାଜି ଯନ୍ତ୍ର ଦ୍ବାରା ଯାତ୍ରୀଙ୍କୁ ସଚେତନ କରାଯାଉଛି । ହେଲେ ରିଆଲିଟି ସମ୍ପୂର୍ଣ୍ଣ ଭିର୍ଣ୍ଣ । ଆମେ ଦେଖିଥିଲୁ କୌଣସି ଗୋଟିଏ ବସରେ ସାନିଟାଇଜର ନଥିଲା ଏବଂ ଯାତ୍ରୀଙ୍କ ମଧ୍ୟ ସମାନ ଅଭିଯୋଗ ଥିଲା । ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । ଏଥିପାଇଁ ତୃଣମୂଳ ସ୍ତରରୁ ଉଚ୍ଚସ୍ତର ପର୍ଯ୍ୟନ୍ତ ସବୁଠି ମୁକାବିଲା ପାଇଁ ସରକାର କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି । ଲୋକଙ୍କୁ ଏକାଠି ନରହିବା ପାଇଁ ଏବଂ ସଭା ସମିତି କରିବାକୁ ବାରଣ କରାଯାଇଛି । ଏବଂ ସବୁ ବିଭାଗକୁ ନିର୍ଦେଶ ଦିଆଯାଇଛି ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ।

ଦୈନିକ ରାଜ୍ୟର ପ୍ରତିଟି କୋଣ ଅନୁକୋଣରୁ ବରମୁଣ୍ଡା ବସଷ୍ଟାଣ୍ଡକୁ ପ୍ରାୟ ୩୦,୦୦୦ ରୁ ଉର୍ଦ୍ଧ ଯାତ୍ରୀ ଯା ଆସ କରନ୍ତି । ପ୍ରାୟ ୮୦୦ ବସ ଓ ୫୦୦ ଅଟୋ ଓ ଟ୍ୟାକ୍ସି ଏଠାକୁ ଆସେ । ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀବାହୀ ବସରେ ତନଖି କରିଥିଲୁ, ଯାତ୍ରୀଙ୍କ ମତାମତ ନେଇଥିଲୁ । ଯଦିଓ ଯାତ୍ରୀ କରୋନା ବିଷୟରେ ଅଳ୍ପ ବହୁତ ଅବ ଗତ ଥିଲେ ହେଲେ କରୋନା ନେଇ ପରିବହନ ବିଭାଗ ଓ ବସ ମାଲିକ ସଂଘର କୌଣସି ବ୍ୟବସ୍ତା ନଥିଲା । ଏନେଇ ରାଜ୍ୟ ଆମେ ଭେଟିଥିଲୁ ଘରୋଇ ବସ ମାଲିକ ସଂଘର ମୁଖ୍ୟ ପରିଚାଳକ ଅମୂଲ୍ୟ ଜେନାଙ୍କୁ । ଅମୂଲ୍ୟଙ୍କ ଯୁକ୍ତି ଥିଲା, ସବୁ ବସର ମାଲିକ ପ୍ରତି ବସରେ ହ୍ୟାଣ୍ଡ ସାନିଟାଇଜର ରଖିବା, ବସ ସଫାସୁତୁରା ରଖିବା, ଲୋକମାନେ କିଭଳି କୋରୋନା ନେଇ ସଚେତନ ହେବେ ସେ ନେଇ ଡ଼ାକବାଜି ଯନ୍ତ୍ର ଦ୍ବାରା କୁହାଯାଉଛି । ଗୋଟିଏ ପଟେ ସାଧାରଣ ଯାତ୍ରୀଙ୍କ ଅଭିଯୋଗ ଆଉ ଗୋଟେ ପଟେ ବସ ମାଲିକ ସଂଘର ମିଛ ଯୁକ୍ତି ,ଏ ସବୁ ଭିତରେ ସରକାରୀ ଭାବେ କୋରୋନା ମୁକାବିଲାର ବାସ୍ତବତା କଣ ତାହା ଗୋଟିଏ ସ୍ଥାନରୁ ସ୍ପଷ୍ଟ ବାରିହେଇ ପଡୁଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details