ଓଡିଶା

odisha

ETV Bharat / city

ଲକଡାଉନ୍ ସତ୍ତ୍ବେ କମୁନି ସଂକ୍ରମଣ, 24 ଘଣ୍ଟାରେ 11 ହଜାରରୁ ଉର୍ଦ୍ଧ୍ବ ଚିହ୍ନଟ - କମୁନି ସଂକ୍ରମଣ

କୋରୋନା ସଂକ୍ରମଣକୁ କମ୍ କରିବା ପାଇଁ ଲକଡାଉନ୍, ସଟଡାଉନରେ ରାଜ୍ୟ ମାତ୍ର ଏତେ ପରେ ବି କମିବାର ନାଁ ନେଉନି ସଂକ୍ରମଣ । ପୁଣି 24 ଘଣ୍ଟାରେ 11 ହଜାର 498ଟି ମାମଲା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ
କୋରୋନା ସଂକ୍ରମଣ

By

Published : May 20, 2021, 9:02 AM IST

ଭୁବନେଶ୍ବର: ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । କୋରୋନା ସଂକ୍ରମଣକୁ କମ୍ କରିବା ପାଇଁ ଲକଡାଉନ୍, ସଟଡାଉନରେ ରାଜ୍ୟ ମାତ୍ର ଏତେ ପରେ ବି କମିବାର ନାଁ ନେଉନି ସଂକ୍ରମଣ । ପୁଣି 24 ଘଣ୍ଟାରେ 11 ହଜାର 498ଟି ମାମଲା ସାମ୍ନାକୁ ଆସିଛି । କ୍ବାରେଣ୍ଟାଇନରୁ 6439 ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 5059 ଚିହ୍ନଟ ହୋଇଚି । ଖୋର୍ଦ୍ଧାରୁ ସର୍ବାଧିକ 1497 ଚିହ୍ନଟ ହୋଇଛନ୍ତି ।

ଏହାପରେ କଟକରୁ 1107 ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ 867, ବାଲେଶ୍ବରରୁ 524, ବରଗଡରୁ 395, ଭଦ୍ରକରୁ 134, ବଲାଙ୍ଗୀରରୁ 294, ବୌଦ୍ଧରୁ 313, ଦେବଗଡରୁ 114, ଢେଙ୍କାନାଳରୁ 251, ଗଜପତିରୁ 86, ଗଞ୍ଜାମରୁ 228, ଜଗତସିଂହପୁରରୁ 325, ଯାଜପୁରରୁ 378, ଝାରସୁଗଡାରୁ 247, କଳାହାଣ୍ଡିରୁ 205, କନ୍ଧମାଳରୁ 101, କେନ୍ଦ୍ରାପଡାରୁ 204, କେନ୍ଦୁଝରରୁ 193, କୋରାପୁଟରୁ 266, ମାଲକାନଗିରିରୁ 110, ମୟୂରଭଞ୍ଜରୁ 538, ନବରଙ୍ଗପୁରରୁ 346, ନୟାଗଡ଼ରୁ 382, ନୂଆପଡାରୁ 152, ପୁରୀରୁ 424, ରାୟଗଡାରୁ 233, ସମ୍ବଲପୁରରୁ 393, ସୋନପୁରରୁ 227, ସୁନ୍ଦରଗଡରୁ 703 ଓ ଷ୍ଟେଟପୁଲ୍ 261 ଚିହ୍ନଟ ହୋଇଛି ।

ସେପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା 10036 ଥିବା ବେଳେ ମୋଟ୍ ଆକ୍ଟିଭ୍ କେସ୍ 106812 ରହିଛି । ରାଜ୍ୟରେ ଏପର୍ଯ୍ୟନ୍ତ 11118984 ସାମ୍ପଲର ଟେଷ୍ଟିଂ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details