ଓଡିଶା

odisha

ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ଆଜି 363 ଆକ୍ରାନ୍ତ ଚିହ୍ନଟ - decreases in odisha

ଆଜି ରାଜ୍ୟରେ 363 ନୂଆ କୋରାେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୋଳରେ ସର୍ବାଧିକ 23ଜଣ ଆକ୍ରନ୍ତ ରହିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି ସଂକ୍ରମଣ
ରାଜ୍ୟରେ କମୁଛି ସଂକ୍ରମଣ

By

Published : Dec 21, 2020, 12:05 PM IST

ଭୁବନେଶ୍ବର:ରାଜ୍ୟରେ କିଛି ଦିନ ହେବ କୋରାେନା ସଂକ୍ରମଣର ଡାଉନ ଟ୍ରେଣ୍ଡ ଜାରି ରହିଛି । ଆଜି 27 ଟି ଜିଲ୍ଲାରେ 363 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 26 ହଜାର 596ରେ ପହଞ୍ଚିଛି ।


ସୋମବାର ରାଜ୍ୟରେ 363 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 208 ଜଣ ଓ 155 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ 23, ବାଲେଶ୍ୱରରେ 20, ବରଗଡରେ 11, ଭଦ୍ରକରେ 7, ବଲାଙ୍ଗୀରରେ 8, କଟକରେ 22, ଢେଙ୍କାନାଳରେ 1, ଗଂଜାମରେ 5, ଜଗତସିଂହପୁରରେ 1, ଯାଜପୁରରେ 13, ଝରସୁଗୁଡ଼ାରେ 12, କଳାହାଣ୍ଡିରେ 7 , କେନ୍ଦ୍ରାପଡାରେ 10, କେନ୍ଦୁଝରରେ 12, ଖୋର୍ଦ୍ଧାରେ 50, ମୟୂରଭଞ୍ଜରେ 17, ନୟାଗଡରେ 2, ପୁରୀରେ 27, ମାଲକାନଗିରିରେ 2, ମୟୂରଭଞ୍ଜରେ 17, ନବରଙ୍ଗପୁରରେ 3, ସମ୍ବଲପୁରରେ 35, ସୋନପୁରରେ 1,ସୁନ୍ଦରଗଡରେ 50, ଷ୍ଟେଟ ପୋଲ 12ଜଣ ରହିଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 26 ହାଜର 596ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 3 ଲକ୍ଷ 21 ହଜାର 647 ଜଣ ସୁସ୍ଥ ହେଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ 3 ହଜାର 57ଟି ସକ୍ରିୟ ମାମଲା ରହିଛି । ସମୁଦାୟ 6635980ଜଣଙ୍କ କୋରୋନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭୁୂବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details