ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ । ଧିରେ ଧିରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଗତ 24 ଘଣ୍ଟାରେ 3 ଶହ ନୂଆଁ ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 174 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 126 ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।
ଆଜି ଅନୁଗୋଳରୁ 44 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ 14,ବରଗଡରୁ 11, ଭଦ୍ରକରୁ 1, ବଲାଙ୍ଗୀରରୁ 12, ବୌଦ୍ଧରୁ 1, କଟକରୁ 20,ଢେଙ୍କାନାଳରୁ 3, ଗଞ୍ଜାମରୁ 4,ଦେବଗଡରୁ 1, ଜଗତସିଂହପୁର 11, ଯାଜପୁର 7, ଝାରସୁଗୁଡା 3, କଳାହାଣ୍ଡି 6, କେନ୍ଦ୍ରାପଡାରୁ 11, କେନ୍ଦୁଝର 2, ଖୋର୍ଦ୍ଧା 36,ମୟୂରଭଞ୍ଜରୁ 17, ନବରଙ୍ଗପୁରରୁ 2, ନୟାଗଡରୁ 1, ନୂଆପଡାରୁ 11, ପୁରୀରୁ 19, କୋରାପୁଟରୁ 4,ରାୟଗଡାରୁ 1, ସମ୍ବଲପୁରରୁ 15, ସୁନ୍ଦରଗଡରୁ 34, ସୋନପୁରରୁ 1 ଓ ଷ୍ଟେଟ ପୁଲରୁ 9 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।