ଓଡିଶା

odisha

ETV Bharat / city

ଅସହାୟଙ୍କ ଶେଷ ଯାତ୍ରାର ସାଥୀ ଚିନ୍ମୟୀ, ମୁଖ୍ୟମନ୍ତ୍ରୀଙ୍କ ଠୁ ମିଳୁଛି ପ୍ରଶଂସା - କିନ୍ନର ଚିନ୍ମୟୀ

ମହାମାରୀ କୋରାନା ସଂକ୍ରମଣ ଯୋଗୁ ଲୋକେ ଭୟରେ ଘରେ ରହୁଥିବା ବେଳେ ମୃତଦେହର ଶେଷ ସାଥୀ ସାଜିଛନ୍ତି କିନ୍ନର ଚିନ୍ମୟୀ ଦାସ । ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କ ଶେଷସାଥୀ ଚିନ୍ମୟୀ
କୋରୋନା ରୋଗୀଙ୍କ ଶେଷସାଥୀ ଚିନ୍ମୟୀ

By

Published : Jun 5, 2021, 10:54 PM IST

Updated : Jun 8, 2021, 7:46 AM IST

ଭୁବନେଶ୍ବର: କୋରୋନାର କରାଳ ରୂପ ଏତେ ଭୟାବହ ହେଲାଣି ଯେ ନିଜ ପ୍ରିୟଜନଙ୍କୁ ହରାଇବା ଏବେ ଏକ ସାଧାରଣ କଥା ପାଲଟିଛି । ମହାମାରୀ କୋରାନା ସଂକ୍ରମଣ ଯୋଗୁଁ ଲୋକେ ଭୟରେ ଘରେ ରହୁଥିବା ବେଳେ ମୃତଦେହର ଶେଷସାଥୀ ସାଜିଛନ୍ତି କିନ୍ନର ଚିନ୍ମୟୀ ଦାସ ।

କୋରୋନା ରୋଗୀଙ୍କ ଶେଷସାଥୀ ଚିନ୍ମୟୀ

ମହାମାରୀ ସମୟରେ ଲୋକେ ମାନବିକତା ଭୁଲିଯାଉଥିବା ବେଳେ ନିସ୍ବାର୍ଥପର ସେବା ପାଇଁ ସେ ସାଜିଛନ୍ତି ଉଦାହରଣ। କାରଣ ଗରିବ ଅସହାୟଙ୍କ ମୃତଦେହ ନିଜ କାନ୍ଧରେ ବୋହି ନେଇ ଦାହ କରୁଛନ୍ତି ଚିନ୍ମୟୀ । ଖାଲି ସେତିକି ନୁହେଁ କୋରୋନାର ଗାଇଡଲାଇନ ମାନି ସେ ଅନ୍ତିମ ସତ୍କାର କରିଛନ୍ତି ।

ଅସହାୟଙ୍କ ଶେଷ ଯାତ୍ରାର ସାଥୀ ଚିନ୍ମୟୀ, ମୁଖ୍ୟମନ୍ତ୍ରୀଙ୍କ ଠୁ ମିଳୁଛି ପ୍ରଶଂସା
କୋରୋନା ରୋଗୀଙ୍କ ଶେଷସାଥୀ ଚିନ୍ମୟୀ

ଅନୁଗୋଳ ଜରପଡାର ଚିନ୍ମୟୀ ଅସହାୟଙ୍କ ପାଇଁ ସାଜିଛନ୍ତି ଶେଷ ଯାତ୍ରାର ସାରଥୀ । ଚିନ୍ମୟୀଙ୍କ ଏଭଳି କାର୍ଯ୍ୟପାଇଁ ସବୁ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି ।

କୋରୋନା ରୋଗୀଙ୍କ ଶେଷସାଥୀ ଚିନ୍ମୟୀ

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jun 8, 2021, 7:46 AM IST

ABOUT THE AUTHOR

...view details