ଓଡିଶା

odisha

By

Published : Apr 7, 2020, 1:04 PM IST

ETV Bharat / city

କୋରୋନା ମୁକାବିଲା : ବର୍ଷେ ପାଇଁ ବିଧାୟକଙ୍କ ଦରମା 30%କମ୍ କରିବାକୁ ବିରୋଧୀ ଦଳ ନେତାଙ୍କ ପ୍ରସ୍ତାବ

ସାରା ଦେଶ ଓ ରାଜ୍ୟ ଏକ ମନ ଏବଂ ଏକ ପ୍ରାଣରେ କୋରୋନା ଭୂତାଣୁ ସହ ଲଢ଼ୁଛି । ଏହି ସମୟରେ କୋରୋନା ମୁକାବିଲା ଲାଗି ସବୁ ବିଧାୟକ ଓ ମନ୍ତ୍ରୀଙ୍କର ଦରମା ଅନ୍ୟୁନ ଏକ ବର୍ଷ ପାଇଁ 30 ପ୍ରତିଶତ କମ୍ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ବିରୋଧୀ ଦଳ ନେତା ।

Opposition leaders
କୋରୋନା ମୁକାବିଲା : ବର୍ଷେ ପାଇଁ ବିଧାୟକଙ୍କ ଦରମା 30%କମ୍ କରିବାକୁ ବିରୋଧୀ ଦଳ ନେତାଙ୍କ ପ୍ରସ୍ତାବ

ଭୁବନେଶ୍ବର: ସାରା ଦେଶ ଓ ରାଜ୍ୟ ଏକ ମନ ଏବଂ ଏକ ପ୍ରାଣରେ କୋରୋନା ଭୂତାଣୁ ସହ ଲଢ଼ୁଛି । ଦେଶ ଓ ରାଜ୍ୟର ଏହି ଘଡିସନ୍ଧି ମୁହୂର୍ତ୍ତରେ ଆମ ମାନଙ୍କର ଲୋକମାନଙ୍କ ପାଇଁ ବଡ ଭୂମିକା ରହିଛି । ଏଭଳି ସମୟରେ ଓଡିଶାର ସବୁ ବିଧାୟକ ମାନଙ୍କର ବିଧାୟକ ହାତ ପାଣ୍ଠି (ଏମଏଲଏ ଲାଡ୍ ଫଣ୍ଡ) 2 ବର୍ଷ ପାଇଁ ବନ୍ଦ କରିବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଏହାସହ ସବୁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ଅନ୍ୟୁନ ଏକ ବର୍ଷ ପାଇଁ 30 ପ୍ରତିଶତ କମ୍ କରିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଗୁଡିକରେ ସଭାପତି ଓ ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତିବିଶେଷ ମାନେ ମଧ୍ୟ 30 ପ୍ରତିଶତ କମ୍ ଦରମା ନେବାକୁ ବିରୋଧୀ ଦଳ ନେତା ପ୍ରସ୍ତାବ ଦେଇଛନ୍ତି ।

କେନ୍ଦ୍ର ସରକାର ସାଂସଦ ମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି, ଓଡିଶାରେ ମଧ୍ୟ ଅନୁରୂପ ଭାବେ ଏହା ତୁରନ୍ତ ଲାଗୁ କରାଯାଉ ବୋଲି ସେ ଟ୍ବିଟ୍‌ କରି କହିଛନ୍ତି ।

ସେହିପରି ଏମଏଲଏ ଲାଡ୍ ଫଣ୍ଡରୁ ଏବଂ ମନ୍ତ୍ରୀ ଓ ବିଧାୟକଙ୍କ ଦରମା କଟିବାରୁ ଯେଉଁ ଅର୍ଥ ଆସିବ, ଏଥିରେ ଏକ ବିଶେଷ ପାଣ୍ଠି ଗଠନ କରି ଏହାକୁ କୋରୋନାର ମୁକାବିଲା ପାଇଁ ତଥା ସ୍ବାସ୍ଥ୍ୟ କ୍ଷେତ୍ରରେ ଦୀର୍ଘମିଆଦି ଯୋଜନା କରି ଖର୍ଚ୍ଚ କରାଯାଉ ବୋଲି ନିଜ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି ବିରୋଧୀ ଦଳ ନେତା ।

ଭୁବେନଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details