ଓଡିଶା

odisha

ETV Bharat / city

ପ୍ରବାସୀ ଓଡିଆଙ୍କୁ ପରାମର୍ଶ, ଆସିବା ପୂର୍ବରୁ ସରପଞ୍ଚଙ୍କୁ ଜଣାଇବ ସବିଶେଷ ତଥ୍ୟ - corona official update by govt. of odisha

ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ପଞ୍ଜୀକରଣର ବ୍ୟବସ୍ଥା କରିଛନ୍ତି । ସମସ୍ତ ପ୍ରବାସୀ ଓଡିଆ ମାନେ ଏଥିରେ ପଞ୍ଜୀକରଣ କରିବାକୁ ବାଧ୍ୟ । ଏହାସହ ଆସିବା ପୂର୍ବରୁ ନିଜ ନିଜର ସରପଞ୍ଚଙ୍କୁ ମଧ୍ୟ ନିଜ ଯାତ୍ରା ସମୟର ସବିଶେଷ ତଥ୍ୟ ଦେବା ବାଧ୍ୟତାମୂଳକ ବୋଲି ଆଜି କୋରୋନାକୁ ନେଇ ହେଉଥିବା ପ୍ରେସ ବିବୃତିରେ ଆଇଇସି ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ଅଧିକ ପଢନ୍ତୁ...

corona official update
ପ୍ରବାସୀ ଓଡିଆଙ୍କୁ ପରାମର୍ଶ, ଆସିବା ପୂର୍ବରୁ ସରପଞ୍ଚଙ୍କୁ ଜଣାଇବ ସବିଶେଷ ତଥ୍ୟ

By

Published : May 5, 2020, 8:10 PM IST

Updated : May 5, 2020, 8:50 PM IST

ଭୁବନେଶ୍ବର: ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ପଞ୍ଜୀକରଣର ବ୍ୟବସ୍ଥା କରିଛନ୍ତି । ସମସ୍ତ ପ୍ରବାସୀ ଓଡିଆ ମାନେ ଏଥିରେ ପଞ୍ଜୀକରଣ କରିବାକୁ ବାଧ୍ୟ । ଏହାସହ ଆସିବା ପୂର୍ବରୁ ନିଜ ନିଜର ସରପଞ୍ଚଙ୍କୁ ମଧ୍ୟ ନିଜ ଯାତ୍ରା ସମୟର ସବିଶେଷ ତଥ୍ୟ ଦେବା ବାଧ୍ୟତାମୂଳକ ବୋଲି ଆଜି କୋରୋନାକୁ ନେଇ ହେଉଥିବା ପ୍ରେସ ବିବୃତିରେ ଆଇଇସି ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀ ଆଜି କୋରୋନା ସମୀକ୍ଷା କରିଥିବା ସେ ଦର୍ଶାଇଛନ୍ତି । ତେବେ ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ 9ଟି ବିଷୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିବା ବାଗଚୀ ଜଣାଇଛନ୍ତି ।

1.ସୁରଟରୁ ଓଡିଶାକୁ ଦୀର୍ଘ ପଥ ବସ୍‌ରେ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା, ଅଂଶୁଘାତ, ଦୁର୍ଘଟଣା ଭଳି ସମସ୍ୟା ଦେଖାଯିବା ସହିତ ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସୁରଟରୁ ବସ୍‌ ନୁହେଁ କେବଳ ଟ୍ରେନରେ ଫେରିବାକୁ ପଡିବ ବୋଲି ସେ କହିଛନ୍ତି ।

2.ଫେରନ୍ତା ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିଜର ପଞ୍ଜିକରଣ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ବିନା ପଞ୍ଜିକରଣରେ କେହି ବି ଆସି ପାରିବେ ନାହିଁ । କିନ୍ତୁ ପଞ୍ଜିକରଣ ବ୍ୟତୀତ ଆଉ ଏକ ଜିନିଷ ରହୁଛି । ତାହା ହେଉଛି ଆସିବା ପୂର୍ବରୁ ସରପଞ୍ଚଙ୍କୁ ସବିଶେଷ ବିବରଣୀ ଦେବାକୁ ବାଧ୍ୟ । ନ ଜଣାଇ ଆସିଲେ ଗ୍ରାମ ପଞ୍ଚାୟତ ଉପରେ ଚାପ ପଡୁଛି । ଯାହା ଅନେକ ସମୟରେ ଲୋକଲୋଚନକୁ ଆସୁଛି ।

3. ରାଜ୍ୟରେ ଟେଷ୍ଟ ବଢାଯିବ । 7 ସପ୍ତାହ ତଳେ 58 ଟି ଟେଷ୍ଟ କରାଯାଉଥିଲା । ତେବେ ଗତ ସପ୍ତାହରେ 16 ହଜାର25 ଟି ସାମ୍ପୁଲ ଟେଷ୍ଟ କରାଯାଉଛି । ଏହା ଆହୁରି ବଢାଯିବ ।

4. ସବୁଜ ପରିସର (ଗ୍ରୀନ ଜୋନ) ଭିତରେ ମାନବ ଜୀବିକାକୁ ସାଧାରଣ ଭାବରେ କିଭଳି ସାଧାରଣ ପରିସ୍ଥିତିକୁ ଫେରାଇ ଆଣିବେ । ସେଥିପାଇଁ ପ୍ରଶାସନକୁ ପ୍ରତ୍ୟେକଟି କାର୍ଯ୍ୟ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ରହିଛି ।

5. ଫେରନ୍ତା ଓଡିଆଙ୍କର ବସ ଓ ଟ୍ରେନକୁ କୋଭିଡ ଏକ୍ସପ୍ରେସ କହି ଦୂରେଇ ଯାଉଥିବାବେଳେ ମିଶନ ଶକ୍ତିର କର୍ମଚାରୀ ମାନେ ଭୟ ନକରି 1 କୋଟି ଖାଇବା ଥାଳି ଯୋଗାଇ ମାନବିକତା ଓ କର୍ତ୍ତବ୍ୟ ପରାୟଣର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଏମାନଙ୍କୁ କୃତଜ୍ଞନ୍ତା ଦେବା ସହ ଥାଳି ପିଛା 2 ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦିଆଯିବ ।

6. ଶିକ୍ଷକ ମାନେ କୋଭିଡ ଯୁଦ୍ଧରେ ଆକ୍ରାନ୍ତଙ୍କର ତଥ୍ୟ ସଂଗ୍ରହ କରୁଛନ୍ତି । ପଞ୍ଜିକରଣ ଯୋଗଦାନ କରି ସାଧୁବାଦ ଗ୍ରହଣ କରିଛନ୍ତି ।

7. ପ୍ରଶାସନକୁ କୃଷି ବ୍ୟବସ୍ଥାକୁ ସମସ୍ତ ପ୍ରକାର ବ୍ୟବସ୍ଥା । ଏ ନେଇ ବିହନ ସାର କିଭଳି ଭାବରେ ଚାଷୀଙ୍କୁ ମିଳିପାରିବ ସେନେଇ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

8. 30 ଜିଲ୍ଲା ମଧ୍ୟରୁ 6 ଟି ଜିଲ୍ଲାରେ ଅଧିକ ସଂଖ୍ୟାରେ ଶ୍ରମଜୀବୀ ବାହାରକୁ ଯାଇଥାନ୍ତି ଏବଂ ସେହି ଜିଲ୍ଲାକୁ ଫେରିବାର ସମ୍ଭାବନା ଅଧିକ । ତେଣୁ ଏହି ଜିଲ୍ଲା ଉପରେ ନଜର ରଖିବାକୁ କହିଛନ୍ତି ।

9.ଶେଷରେ ମୁଖ୍ୟମନ୍ତ୍ରୀ ଦୁଇଟି ସମାନ୍ତରାଳ ପଥରେ ଆଗେଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ହେଉଛି କୋଭିଡ 19ର ଯୁଦ୍ଧ ଓ ଅନ୍ୟଟି ଅର୍ଥନୀତିର ମେରୁଦଣ୍ଡର ପୁନଃନିର୍ମାଣ । ଏହି ପରିପ୍ରେକ୍ଷୀରେ ସେ ପ୍ରଶାସନକୁ ନୂତନ ଶିଳ୍ପ ପଲିସି କରିବାକୁ କହିଛନ୍ତି । ଏହି ପଲିସି ସର୍ବ ଭାରତୀୟ ସ୍ତରରେ ଶ୍ରେଷ୍ଠ ହେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବାଗଚୀ ଜଣାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 5, 2020, 8:50 PM IST

ABOUT THE AUTHOR

...view details