ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଉପରାଷ୍ଟ୍ରପତି । ଏନେଇ ଉତ୍କଳ ବିଶ୍ଵବିଦ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି । ଏହି ଉତ୍ସବରେ ଯୋଗଦେବା ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ରଖାଯାଇଛି ।
ଉତ୍କଳ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ, ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ - ଉତ୍କଳ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ
ଉତ୍କଳ ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ କୋରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଅଧିକ ପଢନ୍ତୁ...
ଅନ୍ୟପଟେ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଛାତ୍ରଛାତ୍ରୀ ତଥା ମେଡାଲ ପାଇବାକୁ ଥିବା ପିଲାଙ୍କ ମଧ୍ୟରେ ରହିଛି ଉତ୍ସାହ । ତେବେ କୋଭିଡ ଲାଗି ଗତ ବର୍ଷର ସମାବର୍ତ୍ତନ ଉତ୍ସବ ବାତିଲ ହୋଇ ଥିବାବେଳେ ତଳିତ ବର୍ଷ ଉଭୟ 2019 ଓ 2020 ବର୍ଷର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ । ଏପ୍ରିଲ 1 ତାରିଖରେ 2019 ବର୍ଷର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ପରେ ଏପ୍ରିଲ 3 ତାରିଖରେ 2020 ବର୍ଷର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ । ତେବେ ଦୁଇଟି ସମାବର୍ତ୍ତନ ଉତ୍ସବ ଆୟୋଜନ କରାଯାଉଥିବାରୁ ଏପ୍ରିଲ 1 ତାରଖ ପାଇଁ ମାର୍ଚ୍ଚ 31 ତାରିଖରେ ଟେଷ୍ଟ କରାଯିବ ଓ ଏପ୍ରିଲ 3 ତାରିଖ ପାଇଁ ଏପ୍ରିଲ 2 ତାରିଖରେ ଟେଷ୍ଟ କରାଯିବ । ସମ୍ପୂର୍ଣ୍ଣ କ୍ୟାମ୍ପସକୁ ବିଶୋଧନ କରାଯିବା ସହ ସଭାସ୍ଥଳରେ ଗହଳି ଏଡ଼ାଇବା ଲାଗି ସର୍ବାଧିକ 500 ଲୋକଙ୍କ ମଧ୍ୟରେ ଉତ୍ସବ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ