ଭୁବନେଶ୍ବର: କୋରୋନା ଆକ୍ରାନ୍ତଙ୍କ ପାଇଁ ଖୁସି ଖବର । ଓଡିଶାରେ ପହଞ୍ଚିଲା ଆଣ୍ଟି ଭାଇରାଲ କୋରୋନା ଔଷଧ ରେମଡେସିଭିର । ଏହି ଔଷଧ କେବଳ ଗୁରୁରତ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ସେହିପରି ଆସନ୍ତାକାଲି(ମଙ୍ଗଳବାର) ରାଜ୍ୟରେ ପହଞ୍ଚିବ‘ଫାବି ଫ୍ଲୁ’ ।
ୟୁରୋପୀୟ ମେଡିସିନ ଏଜେନ୍ସି କୋରୋନା ଚିକିତ୍ସା ପାଇଁ ପ୍ରଥମ ଔଷଧ ଭାବରେ ରେମଡେସିଭିରକୁ ଅନୁମୋଦନ କରିଥିଲା । ପରୀକ୍ଷା ସମୟରେ ମେଡିକାଲରେ ଭର୍ତ୍ତି ଥିବା ଆକ୍ରାନ୍ତ ଏହି ଔଷଧ ମାଧ୍ୟମରେ ଶୀଘ୍ର ସୁସ୍ଥ ହୋଇଥିଲେ । ତେଣୁ ଗୁରୁତର କୋରୋନା ଆକ୍ରାନ୍ତଙ୍କୁ ସର୍ତ୍ତମୂଳକ ଭାବେ ଏହି ଔଷଧ ଦେବା ପାଇଁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ( ଡିସିଜିଆଇ) ଅନୁମତି ଦେଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଏହି ଔଷଧ 5ଟି ରାଜ୍ୟକୁ ପଠାଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଓଡିଶାରେ ପହଞ୍ଚିଛି ରେମଡେସିଭିର ।