ଓଡିଶା

odisha

ETV Bharat / city

ଜଗତସିଂହପୁରରେ ପ୍ରବେଶ କଲା କୋରୋନା, 4 ଆକ୍ରାନ୍ତ

corona-lockdown-day-43-odisha-update
ଦ୍ବିତୀୟ କୋରୋନା ମୃତ୍ୟୁ, ଆକ୍ରାନ୍ତଙ୍କ ସଂଖ୍ୟା 177କୁ ବୃଦ୍ଧି

By

Published : May 6, 2020, 9:01 AM IST

Updated : May 6, 2020, 5:44 PM IST

17:43 May 06

ଜଗତସିଂହପୁରରେ ପ୍ରବେଶ କଲା କୋରୋନା, 4 ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଉ 5 ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁରରୁ 4 ଓ କେନ୍ଦ୍ରାପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 185କୁ ବୃଦ୍ଧି । ସେପଟେ ବାଲେଶ୍ବରରେ ଜଣେ ସୁସ୍ଥ । 61 ଛୁଇଁଲା ସୁସ୍ଥଙ୍କ ସଂଖ୍ୟା । ଦୁଇ ମୃତ । ରାଜ୍ୟରେ 122 ସକ୍ରିୟ ମାମଲା ।

16:39 May 06

ଯାଜପୁରରୁ ଆଉ ଜଣେ ପଜେଟିଭ୍‌ ଚିହ୍ନଟ, ରାଜ୍ୟରେ ସଂଖ୍ୟା 180କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ ପଜେଟିଭ୍‌ ଚିହ୍ନଟ । ସଂଖ୍ୟା 180କୁ ବୃଦ୍ଧି । ଆକ୍ରାନ୍ତ ଜଣଙ୍କ ଯାଜପୁରର ହୋଇଥିବାବେଳେ ସେ କୋଲକାତା ଫେରନ୍ତା ବୋଲି ସୂଚନା ମିଳିଛି । ତେବେ ଏହାକୁ ମିଶାଇ ଯାଜପୁରରେ 55 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

14:05 May 06

ରାଜ୍ୟରେ 179 ଆକ୍ରାନ୍ତ, ଦୁଇ ମୃତ

ଭୁବନେଶ୍ବର: ରାଜ୍ୟରେ ପୁଣି ଜଣେ କୋରୋନା ପଜେଟିଭ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ ଯାଜପୁର ଜିଲ୍ଲାର ହୋଇଥିବା ସୂଚନା। ଫଳରେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 54ରେ ପହଞ୍ଚିଥିବାବେଳେ

ରାଜ୍ୟରେ ସଂଖ୍ୟା 179କୁ ବୃଦ୍ଧି । ସେପଟେ 60 ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା 117 ସକ୍ରିୟ ମାମଲା ରହିଛି ।

13:02 May 06

ରାଜ୍ୟରେ 178 ଆକ୍ରାନ୍ତ, ଦୁଇ ମୃତ

ଭୁବନେଶ୍ବର: ରାଜ୍ୟରେ ପୁଣି ଜଣେ କୋରୋନା ପଜେଟିଭ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ ବାଲେଶ୍ବର ଜିଲ୍ଲାର ହୋଇଥିବା ସୂଚନା। ଫଳରେ ବାଲେଶ୍ବର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 25ରେ ପହଞ୍ଚିଥିବାବେଳେ

ରାଜ୍ୟରେ ସଂଖ୍ୟା 178କୁ ବୃଦ୍ଧି । ସେପଟେ 60 ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା 116 ସକ୍ରିୟ ମାମଲା ରହିଛି ।

08:41 May 06

ଦ୍ବିତୀୟ କୋରୋନା ମୃତ୍ୟୁ, ଆକ୍ରାନ୍ତଙ୍କ ସଂଖ୍ୟା 177କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଦ୍ବିତୀୟ କୋରୋନା ମୃତ୍ୟୁ ହୋଇଛି । ମୃତକ ଜଣଙ୍କ 77 ବର୍ଷୀୟ ବୃ୍ଦ୍ଧ ହୋଇଥିବାବେଳେ ତାଙ୍କ ଘର ଭୁବନେଶ୍ବରର ମଧୁସୂଦନ ନଗର ବୋଲି ସୂଚନା ମିଳିଛି । ସେପଟେ ଗଞ୍ଜାମରେ ଆଉ ଜଣେ ପଜେଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ସଂଖ୍ୟା 177ରେ ପହଞ୍ଚିଛି ।  

Last Updated : May 6, 2020, 5:44 PM IST

ABOUT THE AUTHOR

...view details