ଭୁବନେଶ୍ବର: ବାଲେଶ୍ବରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ସଂଖ୍ୟା 175କୁ ବୃଦ୍ଧି । ଆକ୍ରାନ୍ତ ଜଣଙ୍କ 40 ବର୍ଷୀୟା ମହିଳା ହୋଇଥିବାବେଳେ କଣ୍ଟାକ୍ ଟ୍ରେସିଂ ଜାରି ରହିଛି ।
ବାଲେଶ୍ବରରେ ଆଉ ଜଣେ ପଜେଟିଭ୍, ରାଜ୍ୟରେ ସଂଖ୍ୟା 175
20:39 May 05
ବାଲେଶ୍ବରରେ ଆଉ ଜଣେ ପଜେଟିଭ୍, ରାଜ୍ୟରେ ସଂଖ୍ୟା 175
19:23 May 05
ରାଉରକେଲାରେ ଆଉ ଜଣେ ପଜେଟିଭ୍, ରାଜ୍ୟରେ ସଂଖ୍ୟା 174କୁ ବୃଦ୍ଧି
ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଖ୍ୟା 174କୁ ବୃଦ୍ଧି । ଆକ୍ରାନ୍ତ ଜଣଙ୍କ 49 ବର୍ଷୀୟ ପୁରୁଷ ହୋଇଥିବାବେଳେ ତାଙ୍କ ଘର ରାଉରକେଲାରେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ସେ କୋଲକାତାରୁ ଆସିଥିବାବେଳେ କ୍ବାରେଣ୍ଟାଇନରେ ଥିଲେ ।
16:30 May 05
କଟକକୁ ଫେରିଲା କୋରୋନା, ରାଜ୍ୟରେ ସଂଖ୍ୟା 173
ଭୁବନେଶ୍ବର: କଟକକୁ ଫେରିଲା କୋରୋନା । ଜିଲ୍ଲାରେ ପୁଣି ଗୋଟିଏ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ବରରେ ଆଉ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା 173କୁ ବୃଦ୍ଧି ପାଇଛି ।
11:16 May 05
ଭଦ୍ରକରେ ସନ୍ଧ୍ୟା 7ଟାରୁ ସକାଳ 7ଟା କର୍ଫ୍ୟୁ
ଭଦ୍ରକ: ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ । ସନ୍ଧ୍ୟା 7 ଟାରୁ ସକାଳ 7 ଟା ପର୍ଯ୍ୟନ୍ତ ଜାରି ରହିବ କର୍ଫ୍ୟୁ । ଏହି ସମୟରେ ସମସ୍ତ ପ୍ରକାର ଯାତାୟତ ଉପରେ ରୋକ । ମେ 17 ତାରିଖ ପର୍ଯ୍ୟନ୍ତ ଜାରି ରହିବ କଟକଣା । ଟ୍ବିଟ୍ କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ ।
08:44 May 05
ରାଜ୍ୟରେ 170 ଆକ୍ରାନ୍ତ, 60 ସୁସ୍ଥ
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ । ସଂଖ୍ୟା 3କୁ ବୃଦ୍ଧି । ଏପଟେ ରାଜ୍ୟରେ 170 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏମାନଙ୍କ ମଧ୍ୟରୁ 60 ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ 109ଟି ସକ୍ରିୟ ମାମଲା ରହିଛି ।