ଓଡିଶା

odisha

ETV Bharat / city

ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 55କୁ ବୃଦ୍ଧି - odisha update

corona lockdown day 20
ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ସୁସ୍ଥ, ସଂଖ୍ୟା 13କୁ ବୃଦ୍ଧି

By

Published : Apr 13, 2020, 9:35 AM IST

Updated : Apr 13, 2020, 8:11 PM IST

20:07 April 13

କୋଭିଡ ଯୁଦ୍ଧର ସୈନିକ ସାଜିଛନ୍ତି ଅଙ୍ଗନବାଡି କର୍ମୀ

କୋଭିଡ 19 ର ସୈନିକ ସାଜିଛନ୍ତି ଅଙ୍ଗନବାଡି କର୍ମୀ। ଓଡିଶାରେ 72500 ଅଙ୍ଗନବାଡି କର୍ମୀ ବିଭିନ୍ନ ଗ୍ରାମକୁ ଯାଇ ସଚେତନ କରାଉଛନ୍ତି। ଦୈନିକ 4 ଲକ୍ଷ ଶିଶୁ ମାଙ୍କର ଜୀବନ ରକ୍ଷା କରିବା ସହ ଏହି ସମୟରେ କିଭଳି ଭାବରେ ମା ଓ ଶିଶୁ ଉଭୟ ସୁରକ୍ଷିତ ରହିପାରିବେ ସେନେଇ ମଧ୍ୟ ସଚେତନତା କରାଉଛନ୍ତି ବୋଲି କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

18:47 April 13

ପାର୍ସଲ ଏକ୍ସପ୍ରେସରେ ଆସିଲା ଖାଇବା ତେଲ

କୋରୋନା ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ  ଲକ୍‌ଡାଉନ୍‌ ଘୋଷଣା ହୋଇଛି । ଏହି ସମୟରେ ରେଳ ମନ୍ତ୍ରଣାଳୟ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇବା ଲାଗି ଉଦ୍ୟମ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଆଜି ପଶ୍ଚିମବଙ୍ଗ ହଳଦିଆ ପୋତାଶ୍ରୟ ଠାରୁ ପାର୍ସଲ ଏକ୍ସପ୍ରେସ ଦ୍ବାରା 96 ହଜାର 213 କାର୍ଟୁନ (ଯାହାର ଆନୁମାନିକ ଓଜନ ହାରାହାରି 919 ଟନ) ଖାଇବା ତେଲ କଟକ ଷ୍ଟେସନ ଠାରେ ପହଞ୍ଚିଛି I

17:16 April 13

ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 55କୁ ବୃଦ୍ଧି

ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 55କୁ ବୃଦ୍ଧି । ତେବେ 55 ନମ୍ବର ଆକ୍ରାନ୍ତ ଜଣଙ୍କ ଭୁବନେଶ୍ବର ବମିଖାଲ ଅଞ୍ଚଳର ହୋଇଥିବାବେଳେ ସେ 7, 8, 22 ଓ 39 ନମ୍ବର କେସ୍‌ ସସ୍ପର୍ଶରେ ଆସିଥିବା ସୂଚନା ମିଳିଛି । 

15:43 April 13

ଲକ୍‌ଡାଉନ୍‌ ନିୟମ ଉଲଂଘନ, 24 ଘଣ୍ଟାରେ 122 ମାମଲା

ଲକ୍‌ଡାଉନ୍‌ ନିୟମକୁ ଉଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ 4664 ଟି ମାମଲା ରୁଜୁ କରାଯାଇଛି। ଗତ 24 ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗତକାଲି ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ 122 ଟି ମାମଲା ରୁଜୁ କରାଯାଇଛି ସୂଚନା ମିଳିଛି । 

12:13 April 13

କୋରୋନା କଟକଣା, ଜାଗା ଆଖଡା ପରମ୍ପରା ଫିକା

କୋରୋନା କଟକଣା ଲାଗି ଜାଗା ଆଖଡାର ପରମ୍ପରା ଫିକା ପଡିଛି । ପ୍ରଶାସନର ନୋଟିସ ପରେ ସମସ୍ତ ଜାଗା ଆଖଡା ବନ୍ଦ ଥିବାରୁ ମହାବିଷୁବ ସଂକ୍ରାନ୍ତିରେ ପୁରୀରେ ଥିବା ପରମ୍ପରା ଫିକା ପଡିଥିବା ଦେଖିବାକୁ ମିଳିଛି । ପବିତ୍ର ମହା ବିଷୁବ ସଂକ୍ରାନ୍ତିରେ ପୁରୀରେ ରହିଛି ଅନନ୍ୟ ପରମ୍ପରା। ସେବାୟତ ଘରର ପିଲାମାନେ ଆଜିର ଦିନରେ ପାରମ୍ପରିକ ଭାବେ ପ୍ରଭୁ ହନୁମାନଙ୍କୁ ପୂଜା କରି ଜାଗା ଅଖଡା ଘରେ କୁସ୍ତି ତଥା ମଲ୍ଲ ଯୁଦ୍ଧ ଶିଖିଥାନ୍ତି। ଏଥିପାଇଁ ପୁରୀରେ ରହୁଥିବା ସେବାୟତଙ୍କ ବିଭିନ୍ନ ସାହିରେ ଥିବା ଜାଗା ଘର ବେଶ ଚଳଚଞ୍ଚଳ ଥାଏ। କିନ୍ତୁ ମହାମାରୀ କୋରୋନା ପ୍ରଭାବ ଏହା ଉପରେ ପଡିଛି । 

10:04 April 13

ଏମ୍‌କେସିଜିରେ କୋରୋନା ପରୀକ୍ଷା ଆରମ୍ଭ

ବ୍ରହ୍ମପୁର ଏମକେସିଜିରେ ସ୍ବାବ ନମୂନା ଟେଷ୍ଟ ଆରମ୍ଭ ହୋଇଛି । ଏହା ଗତକାଲି ଠାରୁ ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ସେହିପରି ଭିମ୍‌ସାରେ ଖୁବଶୀଘ୍ର ଏହା ଆରମ୍ଭ କରାଯିବ ବୋଲି କୁହାଯାଇଛି । 

09:11 April 13

ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ସୁସ୍ଥ, ସଂଖ୍ୟା 13କୁ ବୃଦ୍ଧି

ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କଳାହାଣ୍ଡିରେ ହୋଇଥିବାବେଳେ ସେ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ତେବେ ତାଙ୍କର ନମୂନା ନେଗେଟିଭ୍‌ ଆସିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।  ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା 54 ରହିଛି । ସେଥିରୁ 40 ଆକ୍ଟିଭ୍‌ କେସ୍‌ ରହିଥିବା ଜଣାପଡିଛି । 

Last Updated : Apr 13, 2020, 8:11 PM IST

ABOUT THE AUTHOR

...view details