ଭୁବନେଶ୍ବରରେ ଆଉ 16 କୋରୋନା ଆକ୍ରାନ୍ତ ଚିହ୍ନଟ । ଏନେଇ ସୂଚନା ପ୍ରଦାନ କରିଛି ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପୂର୍ବରୁ 23 କୋରୋନା ଆକ୍ରାନ୍ତ ଥିଲେ । 39ଙ୍କ ମଧ୍ୟରୁ 2 ସୁସ୍ଥ ।
ଭୁବନେଶ୍ବରରେ ଆଉ 16 ଆକ୍ରାନ୍ତ ଚିହ୍ନଟ, ମୋଟ 39 - ପୁରୀର ସମସ୍ତ ପନିପରିବା ମାର୍କେଟ ବନ୍ଦ
21:27 April 05
ଭୁବନେଶ୍ବରରେ ଆଉ 16 କୋରୋନା ଆକ୍ରାନ୍ତ ଚିହ୍ନଟ
19:24 April 05
ଗଞ୍ଜାମ ଜିଲ୍ଲାରେ ମାସ୍କ ନପିନ୍ଧିଲେ 1000 ତଣ୍ଡ
ଗଞ୍ଜାମ ଜିଲ୍ଲାରେ କଠୋର ହେଲା ଲକଡାଉନ ନିୟମ । ମାସ୍କ ନପିନ୍ଧିଲେ 1000 ଟଙ୍କା ଜୋରିମାନା । ବିନା ମାସ୍କରେ ବାହାରକୁ ବୁଲିଲେ ତଣ୍ଡ ଗଣିବେ ବ୍ୟକ୍ତି । ଏ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
18:40 April 05
ସୁନ୍ଦରପଦା କପିଳ ପ୍ରସାଦ ସିଲ୍
ସୁନ୍ଦରପଦାର କପିଳପ୍ରସାଦ ସିଲ୍ । ଭୁବନେଶ୍ବରର ସୁନ୍ଦରପଦା କପିଳ ପ୍ରସାଦ କୋରୋନା ହଟ୍ସ୍ପଟ ଘୋଷିତ । ଅଞ୍ଚଳର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥ ସିଲ୍ କଲା ପ୍ରଶାସନ । ଅଞ୍ଚଳର ବହୁ ଲୋକ ବିଦେଶରୁ ଫେରିଥିବାରୁ ପ୍ରଶାସନ ନେଇଛି ଏଭଳି ନିଷ୍ପତ୍ତି ।
18:36 April 05
ଆଗାମୀ ଦଶ ଦିନ ଗୁରୁତ୍ବପୂର୍ଣ୍ଣ
ଏବେ ଓଡିଶାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ । ଆଗାମୀ ଦଶ ଦିନ ଗୁରୁତ୍ବପୂର୍ଣ୍ଣ । ଲୋକଙ୍କୁ ଜନଗହଳି କଲେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି । ରାଜ୍ୟର ମୋଟ 1699 କୋରୋନା ସାମ୍ପଲରୁ ମଧ୍ୟରୁ 23 କୋରୋନା ପଜେଟିଭ ଭାବରେ ଚିହ୍ନଟ କରାଯାଇଛି । ପୂର୍ବରୁ ଦୁଇଜଣ ମହାମାରୀ କୋରୋନାରୁ ସୁସ୍ଥହୋଇ ଫେରିଛନ୍ତି ।
15:42 April 05
ପୁଣି 2 କୋରୋନା ପଜିଟିଭ ଚିହ୍ନଟ, ସଂଖ୍ୟା 23କୁ ବୃଦ୍ଧି
ଭୁବନେଶ୍ବରରେ ପୁଣି ଦୁଇ କୋରୋନା ପଜିଟିଭ ଚିହ୍ନଟ । ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 23 କୁ ବୃଦ୍ଧି । ପୂର୍ବରୁ ଓଡିଶାରୁ 21 ଥିଲା କୋରୋନା ପଜିଟିଭଙ୍କ ସଂଖ୍ୟା ।
15:32 April 05
କଳାହାଣ୍ଡି ଆକ୍ରାନ୍ତଙ୍କ ପଞ୍ଚାୟତକୁ ସିଲ କଲା ପ୍ରଶାସନ
ଗତକାଲି ଚିହ୍ନଟ ହୋଇଥିବା କଳାହାଣ୍ଡି ଜିଲ୍ଲାର କୋରୋନା ଆକ୍ରାନ୍ତଙ୍କ ପଞ୍ଚାୟତକୁ ସିଲ କଲା ଜିଲ୍ଲା ପ୍ରଶାସନ । କୋରୋନାର ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ନେଇଛି ପଦକ୍ଷେପ । ଜିଲ୍ଲାରେ ଲକଡାଉନକୁ କଡାକଡି କରାଯାଇଛି ।
14:59 April 05
ପୁରୀର ସମସ୍ତ ପନିପରିବା ମାର୍କେଟ ବନ୍ଦ
ପୁରୀ ଜିଲ୍ଲା ପିପିଲି ଦାନଗହୀର ଗାଁରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ପୁରୀ ସହରର ସମସ୍ତ ପନିପରିବା ମାର୍କେଟକୁ ବନ୍ଦ କରିଦିଆଯାଇଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି ପୁରୀ ଜିଲ୍ଲା ପ୍ରଶାସନ । ସାମାଜିକ ଦୂରତ୍ବକୁ ବଜାୟ ରଖିବା ଲାଗି ଏହା କରାଯାଇଥିବା ଜଣାପଡିଛି । ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ।
13:24 April 05
‘ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ’
ସଂକ୍ରମଣର କାରଣ ଜାଣିବା ପାଇଁ ସଟ୍ଡାଉନ କରାଯାଇଥିବାବେଳେ ଭୁବନେଶ୍ବରର ସୂର୍ଯ୍ୟନଗର ଓ ବର୍ମୀଖାଲ କେସ୍ ଗୋଷ୍ଠୀ ସଂକ୍ରମଣ ନୁହେଁ ବୋଲି ଜଣାପଡିଛି । ଏହାସହ ଏବେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେପଟେ ଆଜି ରାତି 8ଟାରେ ସଟ୍ଡାଉନ୍ ଉଠିବାକୁ ଥିବାବେଳେ ବଜାରରେ ଗହଳି ନକରିବାକୁ ସେ ନିବେଦନ କରିଛନ୍ତି ।
12:17 April 05
କଟକ ସଟ୍ଡାଉନ୍: କେଶରପୁରରେ ପୋଲିସ ଉପରକୁ ଢେଲାପଥର ମାଡ
କଟକ କେଶରପୁରରେ ପୋଲିସ୍ ଉପରକୁ ଢେଲାପଥର ମାଡ ହୋଇଥିବା ସୂଚନା । ସଟ୍ଡାଉନ୍ କଟକଣା ଭାଙ୍ଗିଥିବା କିଛି ଲୋକ, ପୋଲିସ ଉପରକୁ ଆକ୍ରମଣ କରିଥିବାବେଳେ ପୋଲିସ୍ର ପାଲଟା ଲାଠିଚାର୍ଜ । ସେପଟେ ଘଟଣାସ୍ଥଳରେ ଡିସିପି ପହଞ୍ଚିଥିବା ସହ କିଛି ଲୋକଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି ।
11:21 April 05
ପିପିଲି ଦାନଗହୀର ଆକ୍ରାନ୍ତ ଦିଲ୍ଲୀରୁ ଫେରିଛନ୍ତି
ଶୁକ୍ରବାର ଚିହ୍ନଟ ହୋଇଥିବା ପିପିଲି ଦାନଗହୀର ଆକ୍ରାନ୍ତ ଦିଲ୍ଲୀରୁ ଫେରିଥିବା ଜଣାପଡିଛି । ସେ ଭୁବନେଶ୍ବରର ଗୌତମ ନଗରରେ ପୋଷ୍ଟମ୍ୟାନ ଭାବରେ କାର୍ଯ୍ୟ କରନ୍ତି । ଏହାପରେ ସମ୍ପୂର୍ଣ୍ଣ ଗ୍ରାମକୁ ପୁରୀ ଜିଲ୍ଲା ପ୍ରଶାସନ ସିଲ କରିବା ସହ ସାନିଟାଇଜ କରି ସୁରକ୍ଷାକୁ କଡାକଡି କରିଛି ।
11:15 April 05
ଭୁବନେଶ୍ବର ଆକ୍ରାନ୍ତଙ୍କ ପଛରେ ରହିଛି ବାହାର ଲିଙ୍କ
ଭୁବନେଶ୍ବର ଆକ୍ରାନ୍ତଙ୍କ ପଛରେ ରହିଛି ବାହାର ଲିଙ୍କ ଏନେଇ ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ । ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ପରିବାରର ଜଣେ କଲିକତା ଯାଇଥିଲେ । ବର୍ମିଖାଲ ତିନିଜଣଙ୍କ ଆକ୍ରାନ୍ତଙ୍କ ପିତା ଭୋପାଳରେ ରହୁଥିବା ଜଣାପଡିଛି ।
10:45 April 05
ଭଦ୍ରକ ଗସ୍ତରେ ଡିଜିପି ଅଭୟ
କୋରୋନା ମୁକାବିଲା ନେଇ ଭଦ୍ରକ ଗସ୍ତରେ ଡିଜିପି ଅଭୟ । ସଟ୍ଡାଉନ୍ ସମୟରେ ଭଦ୍ରକର ସ୍ଥିତି ନେଇ ଏସପିଙ୍କ ସହିତ ଆଲୋଚନା କରୁଥିବା ସୂଚନା । ସେପଟେ କପଡା ରୁମାଲ ଓ ମାସ୍କ ପିନ୍ଧିବାକୁ ଲୋକଙ୍କୁ ଟୁଇଟ କରି ସୂଚନା ଦେଲା ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
09:30 April 05
କଳାହାଣ୍ଡିରୁ 21ତମ ପଜେଟିଭ ଚିହ୍ନଟ
ଭୁବନେଶ୍ବର: ଓଡିଶାରେ 21ତମ କୋରୋନା ପଜେଟିଭ ଚିହ୍ନଟ ହୋଇଛି । ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟରରେ ଏହି ସୂଚନା ଦିଆଯାଇଛି । ଏହା ଅନୁସାରେ କଳାହାଣ୍ଡିର 29 ବର୍ଷିୟ ଯୁବକଙ୍କ ରିପୋର୍ଟ ପଜେଟିଭ ଆସିଛି । ଶନିବାର ନମୁନା ପରୀକ୍ଷା ପରେ ସେ କୋରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ପୂର୍ବରୁ ସେ ବାହାରିନ ଗସ୍ତ କରିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ଗୋଟିଏ ଦିନରେ 15 ଜଣ ଲୋକ କୋରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଥିଲା । ଏମାନଙ୍କ ମଧ୍ୟରୁ ଭୁବନେଶ୍ବରରେ ସର୍ବାଧିକ 7 ଜଣ ଥିଲେ । ଶନିବାରର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା 21କୁ ଛୁଇଁଛି ।