ଭୁବନେଶ୍ବର: କୋରୋନାକୁ ଦୃଷ୍ଟିରେ ରଖି ବନ୍ଦ ରହିଛି ମଦ ଦୋକାନ। ଯାହାକୁ ନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଭାରି ମାତ୍ରାରେ ହାନି ହୋଇଛି । ଏଭଳି ସ୍ଥିତିରେ ସରକାରଙ୍କୁ ମଦ ଦୋକାନ ଖୋଲିବା ପାଇଁ ସୁପ୍ରିମକୋର୍ଟର ଗ୍ରୀନ ସିଗନାଲ ମିଳିବା ପରେ ସରକାର ତତ୍ପରତା ଦେଖାଇଛନ୍ତି । ଏ ନେଇ ସରକାର ମଦ ବ୍ୟବସାୟୀ ସଂଘ ଓ ଅନ୍ୟାନ୍ୟ ସ୍ତରରେ ଆଲୋଚନା କରୁଛନ୍ତି ।
କୋରୋନା ଲକଡାଉନ: ୩୦ ପ୍ରତିଶତ ବଢିଵ ମଦ ଦର ! - ୩୦ ପ୍ରତିଶତ ବଢିଵ ମଦ ଦର !
ସରକାରଙ୍କୁ ମଦ ଦୋକାନ ଖୋଲିବା ପାଇଁ ସୁପ୍ରିମକୋର୍ଟର ଗ୍ରୀନ ସିଗନାଲ ମିଳିବା ପରେ ସରକାର ତତ୍ପରତା ଦେଖାଇଛନ୍ତି । ଏନେଇ ସରକାର ମଦ ବ୍ୟବସାୟୀ ସଂଘ ଓ ଅନ୍ୟାନ୍ୟ ସ୍ତରରେ ଆଲୋଚନା କରୁଛନ୍ତି । ହେଲେ ଏଥର ମଦ ଦୋକାନ ଖୋଲିଲେ ବର୍ଦ୍ଧିତ ଦରରେ ମଦ ବିକ୍ରି ହେବାର ସମ୍ଭାବନା ରହିଛି।

ଆଗାମୀ 2/3 ଦିନ ମଧ୍ୟରେ ରାଜ୍ୟରେ ଖୋଲିପାରେ ମଦ ଦୋକାନ । ହେଲେ ଏଥର ମଦ ଦୋକାନ ଖୋଲିଲେ ବର୍ଦ୍ଧିତ ଦରରେ ମଦ ବିକ୍ରି ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ୩୦ ପ୍ରତିଶତ ଟ୍ୟାକ୍ସ ବୃଦ୍ଧି ନେଇ ନିଷ୍ପତ୍ତି ନେବାକୁ ଯୋଜନା କରୁଥିବା କହିଛନ୍ତି ଓ୍ବାଇନ ମର୍ଚାଣ୍ଟ ଆସୋସିଏସନ ସଭାପତି ପ୍ରଭାତ କିଶୋର ଦାସ । ତେଵେ ସରକାର ଯାହା ନିଷ୍ପତି ଓ ପଦକ୍ଷେପ ନେବେ ତାକୁ ଗ୍ରହଣ କରିବେ । କିନ୍ତୁ ସରକାର ଦୋକାନ ଖୋଲିବେ ନା ବନ୍ଦ ରଖିବେ ଏଥିପାଇଁ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଛନ୍ତି । କାରଣ ମଦକୁ ନେଇ ସୃଷ୍ଟି ହୋଇପାରେ ଭୟଙ୍କର ସ୍ଥିତି। ଅଭ୍ୟସ୍ତ ଲୋକ ନିଶା ଗ୍ରହଣ କରିବାକୁ କୌଣସି ଉପାୟ ଗ୍ରହଣ କରିପାରେ । ଏପରିକି କାହାର ଜୀବନ ହାନି ବି ହୋଇପାରେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ