ଓଡିଶା

odisha

By

Published : Aug 11, 2020, 10:28 PM IST

ETV Bharat / city

ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ: ବିଶେଷଜ୍ଞ

କୋରୋନା ମହାମାରୀକୁ ନେଇ ରାଜ୍ୟରେ ଆସିଲା ଭଲ ଖବର । ପରୀକ୍ଷା ତୁଳନାରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଏହି ଟ୍ରେଣ୍ଡ ଏକ ଭଲ ସଙ୍କେତ । ଦୀର୍ଘ 10 ଦିନ ହେବ ସଂକ୍ରମଣରେ ଆସିଛି ସ୍ଥିରତା । ଅଧିକ ପଢନ୍ତୁ...

ରାଜ୍ୟରେ କୋରନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି: ବିଶେଷଜ୍ଞ
ରାଜ୍ୟରେ କୋରନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି: ବିଶେଷଜ୍ଞ

ଭୁବନେଶ୍ବର: କୋରୋନା ମହାମାରୀକୁ ନେଇ ରାଜ୍ୟରେ ଆସିଲା ଭଲ ଖବର । ପରୀକ୍ଷା ତୁଳନାରେ କମୁଛି ସଂକ୍ରମଣ । ଏହି ଟ୍ରେଣ୍ଡ ଏକ ଭଲ ସଙ୍କେତ। ଦୀର୍ଘ 10 ଦିନ ହେବ ସଂକ୍ରମଣରେ ଆସିଛି ସ୍ଥିରତା ।

ସୂଚନାନୁସାରେ, ରାଜ୍ୟରେ ଟେଷ୍ଟିଂ ବଢୁଥିବାବେଳେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି । ଗତ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ 23 ହଜାର 35 ନମୁନା ପରୀକ୍ଷା କରାଯାଇଥିବାବେଳେ ୧୩୪୧ ପଜିଟିଭ ଚିହ୍ନଟ ହୋଇଛି । ପରୀକ୍ଷା ତୁଳନାରେ ପଜିଟିଭ ହାର ଯଥେଷ୍ଟ କମ ରହିଛି ।

ରାଜ୍ୟରେ କୋରନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି: ବିଶେଷଜ୍ଞ

ସେହିପରି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି କି, ଯେପର୍ଯ୍ୟନ୍ତ କଣ୍ଟାକ୍ଟ ଭିତରେ ପଜିଟିଭି ଆସୁଛି ସେଇଟା ଭଲ । ଯଦି ନୂଆ ସଂକ୍ରମିତ ଆସୁନାହାଁନ୍ତି ତାହେଲେ ସଂକ୍ରମଣ ବଢ଼ୁନି । ଏବେ ଯଦି ପଜିଟିଭି ସଂଖ୍ୟା ଧୀରେ ଧୀରେ ତଳମୁହାଁ ହେବ ତାହେଲେ ସ୍ଥିରତା ଆଡକୁ ଗତି କରିବା ସମ୍ଭାବନା ଅଧିକ । ଏବେ ଯାହା ବି ପଜିଟିଭ ଆସୁଛନ୍ତି ସବୁ କଣ୍ଟାକ୍ଟରୁ ହିଁ ଆସୁଛନ୍ତି । ସବୁ କଣ୍ଟାଟ ଗୁଡିକ ପ୍ରାୟ ନେଗେଟିଭ ଆସୁଛନ୍ତି । ଏହାର କାରଣ ହେଲା ଆଗୁଆ ଅଧିକ ଟେଷ୍ଟ କରାଯାଇ ପ୍ରାରମ୍ଭିକ ପର୍ଯ୍ୟାୟରେ ଧରାଯାଉଛି । ଯାହା ଫଳରେ କଣ୍ଟାକ୍ଟ ଟ୍ରେସିଂ ଆହୁରି ଜଲଦି ହେଇପାରୁଛି ।

ସେ ଆହୁରି କହିଛନ୍ତି ଗତ 10 ଦିନ ହେଲା କୋରୋନା ସଂକ୍ରମଣରେ ସ୍ଥିରତା ଆସିଛି । ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି କମିବ । ଡିସେମ୍ବର-ଜାନୁଆରୀରେ ଟିକା ଆସିଲେ, ସ୍ଥିତି ଆହୁରି ଭଲ ହେବ । ତେଣୁ କେବେ ସବୁ ଠିକ ହେବ ତାହା କହିହେବନି ।

ସେପଟେ ଗଞ୍ଜାମ ତୁଳନାରେ ଭୁବନେଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ନେଇ ସେ 3ଟା କାରଣ ଦର୍ଶାଇଛନ୍ତି ଡାକ୍ତର ଅଶୋକ ମହାପାତ୍ର ।

1. ଏହା ମେଗା ସିଟି, ଆଉ ଗଞ୍ଜାମ ତୁଳନାରେ ଏଠାରେ ଅଧିକ ଲୋକେ ଅଛନ୍ତି ।

2. ବାହାର ରାଜ୍ୟରୁ ଏଠାକୁ ଅଧିକ ଆସୁଛନ୍ତି ।

3. ଏଠି ପରୀକ୍ଷା ହେଉଥିବାରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି ।

ମଙ୍ଗଳବାର ରାଜ୍ୟରେ ୧୩୪୧ଟି ନୂଆ ମାମଲା ସହ ମୋଟ କୋରୋନା ସଂକ୍ରମଣ ମାମଲା ସଂଖ୍ୟା ୪୮,୭୯୬ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୫, ୪୨୭ ଥିବାବେଳେ ୩୩,୦୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬,୯୨,୩୦୧ଟି କୋରୋନା ପରୀକ୍ଷା କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details