ଓଡିଶା

odisha

ETV Bharat / city

କୋରୋନା ପାଇଁ ପ୍ରଭାବିତ ବିଏମସି ରାଜସ୍ବ

ରାଜସ୍ବ ଆଦାୟରେ କଣ୍ଟା ସାଜିଲା କୋରୋନା । ମହାମାରୀ କୋରୋନା ପାଇଁ ୨୦୧୯-୨୦୨୦ ଆର୍ଥିକ ବର୍ଷ ରାଜସ୍ୱ ଆଦାୟ ପ୍ରଭାବିତ ହୋଇଛି । ରାଜସ୍ୱ ଆଦାୟ ନେଇ ନୋ କମ୍ପ୍ରମାଇଜ ମୁଡ କରିଥିବା ବିଏମସି ଏବେ ଅସହାୟ । ତଥାପି ବିଏମସି ଅଣ୍ଟା ଭିଡିଛି ରାଜସ୍ୱ ଆଦାୟକୁ ଏକ ନୂଆ ଦିଗରେ ପହଞ୍ଚାଇବା ଲକ୍ଷ୍ୟରେ । ଅଧିକ ପଢନ୍ତୁ...

By

Published : Jun 1, 2020, 9:17 PM IST

Corona is a barrier to revenue collection
କୋରୋନା ପାଇଁ ପ୍ରଭାବିତ ବିଏମସି ରାଜସ୍ବ

ଭୁବନେଶ୍ବର: ରାଜସ୍ବ ଆଦାୟରେ କଣ୍ଟା ସାଜିଲା କୋରୋନା । ମହାମାରୀ କୋରୋନା ପାଇଁ ୨୦୧୯-୨୦୨୦ ଆର୍ଥିକ ବର୍ଷ ରାଜସ୍ୱ ଆଦାୟ ପ୍ରଭାବିତ ହୋଇଛି । ରାଜସ୍ୱ ଆଦାୟ ନେଇ ନୋ କମ୍ପ୍ରମାଇଜ ମୁଡ କରିଥିବା ବିଏମସି ଏବେ ଅସହାୟ । ସବୁ ପ୍ରକାର ଟାଳଟୁଳ ନୀତି ଅବଲମ୍ବନ କରିବା ପରେ ମଧ୍ୟ କୋରୋନା ଯୋଗୁଁ ଟିକସ ଆଦାୟ ଲକ୍ଷ୍ୟ ପୂରଣ ହୋଇପାରିନାହିଁ ।

କୋରୋନା ପାଇଁ ପ୍ରଭାବିତ ବିଏମସି ରାଜସ୍ବ

ଦେଶରେ ଲକଡାଉନ ପାର୍ଟ ୪ ସରିଥିବା ବେଳେ ଏବେ ଆରମ୍ଭ ହୋଇଛି ଲକଡାଉନ ପାର୍ଟ ୫ । କଟକଣା ଅନେକାଂଶରେ କୋହଳ ହୋଇଥିବା ବେଳେ ଲୋକଙ୍କୁ ସାମୟିକ ଭାବେ ମିଳିଛି ଆଶ୍ବସ୍ତି । ସେପଟେ ଧୀରେ ଧୀରେ ସ୍ୱାଭାବିକ ହେଉଛି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ । ହେଲେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଲକଡାଉନ କଟକଣା ଆରମ୍ଭ ହୋଇଥିବାରୁ ବିଏମସିକୁ ୨୦୧୯-୨୦୨୦ ଆର୍ଥିକ ବର୍ଷର ରାଜସ୍ୱ ହାନି ହୋଇଛି । ତଥାପି ବିଏମସି ଅଣ୍ଟା ଭିଡିଛି ରାଜସ୍ୱ ଆଦାୟକୁ ଏକ ନୂଆ ଦିଗରେ ପହଞ୍ଚାଇବା ପାଇଁ ।

ବିଏମସି ରାଜସ୍ୱ ବିଭାଗର ଡେପ୍ୟୁଟି କମିଶନର ଶ୍ରୀମନ୍ତ ମିଶ୍ରଙ୍କ ସୂଚନାନୁସାରେ କୋରୋନା ମହାମାରୀ ଗତ ଆର୍ଥିକ ବର୍ଷର ରାଜସ୍ୱ ଆଦାୟରେ ବାଧକ ସାଜିଛି । 2018-19 ଆର୍ଥିକ ବର୍ଷରେ ହୋଲ୍ଡିଂ ଟ୍ୟାକ୍ସ ପାଇଁ 50 କୋଟି ଟାର୍ଗେଟ ରଖାଯାଇଥିବା ବେଳେ ୩୯ କୋଟି ଟଙ୍କା ଆଦାୟ ହୋଇଥିଲା । ସେହିପରି 2019-୨୦ ଆର୍ଥିକ ବର୍ଷରେ 60 କୋଟି ଆଦାୟ ନେଇ ଟାର୍ଗେଟ ରହିଥିବା ବେଳେ ୪୪ କୋଟି ଟଙ୍କା ଆଦାୟ ସରିଛି ।

ଟ୍ରେଡ଼ ଲାଇସେନ୍ସ, ପାର୍କିଂ, ବିଜ୍ଞାପନ ଟ୍ୟାକ୍ସ ଆଦି ମଧ୍ୟ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ଟିଜି ସ୍ୱୀକୃତି ଟ୍ରାନ୍ସଜେଣ୍ଡର ଗ୍ରୁପଙ୍କ ଦ୍ଵାରା ହୋଲଡିଂ ଟ୍ୟାକ୍ସ ଆଦାୟ ହୋଇଥିଲା । ମାର୍ଚ୍ଚ ମାସରେ ରାଜସ୍ୱ ଆଦାୟକୁ ଜୋରଦାର କରାଯାଇଥିଲେ ମଧ୍ୟ କୋରୋନା ପାଇଁ ଶେଷ ସପ୍ତାହରେ ରାଜସ୍ୱ ଆଦାୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ହେଲେ ଏବେ ସ୍ଥିତି ସ୍ୱାଭାବିକ ହେବାରୁ ଟ୍ରେଡ଼ ଲାଇସେନ୍ସ ଅନଲାଇନରେ ଆଦାୟ ହେବା ନେଇ ବିଭିନ୍ନ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି । ଖୁବଶୀଘ୍ର ହୋଲ୍ଡିଂ ଟ୍ୟାକ୍ସ ଏସଏଚଜିଙ୍କ ଦ୍ୱାରା ଆଦାୟ ହେବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details