ଓଡିଶା

odisha

ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ 1633 ଆକ୍ରାନ୍ତ ଚିହ୍ନଟ - state covid update

ରାଜ୍ୟରେ କମୁଛି ସଂକ୍ରମଣ। 30 ଟି ଜିଲ୍ଲାରେ 1633 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟରେ 2 ହଜାର ତଳକୁ ଖସୁଛି ଦୈନିକ ସଂକ୍ରମଣ। ଅଧିକ ଖବର ପଢନ୍ତୁ...

ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ ଚିହ୍ନଟ ହେଲେ 1633 ଆକ୍ରାନ୍ତ
ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ ଚିହ୍ନଟ ହେଲେ 1633 ଆକ୍ରାନ୍ତ

By

Published : Oct 25, 2020, 11:56 AM IST

ଭୁବନେଶ୍ବର: କୋରୋନା କାଳରେ ଖୁସି ଖବର। ଧୀରେ ଧୀରେ କମୁଛି ଭାଇରସର ବିସ୍ତାର। ରାଜ୍ୟରେ ଆଜି 1633 ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 955 ଚିହ୍ନଟ ହୋଇଥିବା ବେଳେ 678 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ଖୋର୍ଦ୍ଧାରେ 158 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ରେ 132, ଅନୁଗୋଳ 100, ବାଲେଶ୍ବରରେ 26, ବରଗଡ ରେ 53, ଭଦ୍ରକ ରେ 21, ବଲାଙ୍ଗୀରରେ 80, ବୌଦ୍ଧରେ 35, ଢେଙ୍କାନାଳରେ 39, ଗଜପତିରେ 13, ଗଂଜାମ ରେ 33, ଜଗତସିଂହପୁରରେ 79, ଯାଜପୁରରେ 43, ଝରସୁଗୁଡ଼ାରେ 54, କଳାହାଣ୍ଡିରେ 36, କନ୍ଧମାଳରେ 24ଜଣ ଆକ୍ରାନ୍ତ ରହିଛନ୍ତି।

ସେହିପରି କେନ୍ଦ୍ରାପଡାରେ 105, କେନ୍ଦୁଝରରେ 51, କୋରାପୁଟରେ 35, ମାଲକାନଗିରିରରେ 53, ମୟୁରଭଞ୍ଜ ରେ 42, ନବରଙ୍ଗପୁରରେ 41, ନୟାଗଡରେ 23 , ନୂଆପଡାରେ 89, ପୁରୀରେ 58, ରାୟଗଡାରେ 11, ସମ୍ବଲପୁରରେ 32, ସୋନପୁରରେ 22, ସୁନ୍ଦରଗଡରେ 106, ଷ୍ଟେଟପୁଲ 31 ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 281215 , ସୁସ୍ଥ ହୋଇଛନ୍ତି 262031 ଜଣ ଓ ସକ୍ରିୟ 17886। ଏହାଛଡା ରାଜ୍ୟରେ ଏଯାବତ 4318075 କୋରୋନା ଟେଷ୍ଟ ସରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details