ଭୁବନେଶ୍ବର: ଧିରେ ଧିରେ ରାଜଧାନୀରେ କମୁଛି କୋରୋନା ସଂକ୍ରମଣ । ଆଜି(ମଙ୍ଗଳବାର) ଭୁବନେଶ୍ବରରୁ 281 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା 26 ହଜାର ଛୁଇଁଛି ।
ଏପଟେ ରାଜଧାନୀରେ ଆଜି 315 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ବରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 89 ଚିହ୍ନଟ କରାଯାଇ ଥିବାବେଳେ ଲୋକାଲ ସଂକ୍ରମଣ 192 ରେ ପହଁଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଥିବା ଦେଖାଯାଉଛି। ଏପଟେ ଭୁବନେଶ୍ବରେ ମୋଟ ମୃତକଙ୍କ ସଂଖ୍ୟା 122 ଛୁଇଁଛି ।
ତେବେ ହୋମ କ୍ଵାରେଣ୍ଟାଇନରୁ ଚିହ୍ନଟ ହେଇଥିବା 89 ଜଣଙ୍କ ମଧ୍ୟମରେ 4 ଜଣ ୟୁନିଟ-8 ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ 6 ଜଣ ଚିନ୍ତାମଣିଶ୍ବର, 5 ଜଣ ଆଚାର୍ଯ୍ୟ ବିହାର, 4 ଜଣ ଖଣ୍ଡଗିରି, 5 ଜଣ ଆଇ ଆର ସିଭିଲେଜ, 7 ଜଣ ପଟିଆ, 5 ଜଣ ନୀଳାଦ୍ରି ବିହାର, 3 ଜଣ ନନ୍ଦନବିହାର ଆଦି ଅଞ୍ଚଳରୁ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ 192 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।