ଭୁବନେଶ୍ବର: ଟିକା ନେବା ପରେ ମଧ୍ୟ କୋରୋନା ମହାମାରୀରେ ସଂକ୍ରମିତ ହେବାର ସମ୍ଭାବନା ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସମ୍ଭାବନା ଥିଲେ ମଧ୍ୟ ରୋଗୀଙ୍କୁ କୋରୋନା ସଂକ୍ରମଣର ପ୍ରଭାବ ରୋକିବା ପାଇଁ ଟିକା ନେବା ଆବଶ୍ୟକ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।
ରାଜ୍ୟରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଦୈନିକ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ଘଟୁଛି । ଏପଟେ ଟିକାର ଅଭାବ ଥିବାରୁ ଟୀକାକରଣରେ ବାଧା ସୃଷ୍ଟି ହେଉଛି । ରାଜ୍ୟରେ ଗୁରୁବାର କୋରାପୁଟ ଓ ସୋନପୁର ଜିଲ୍ଲାରେ ଟିକା ଅଭାବରୁ ଟୀକାକରଣ ବନ୍ଦ ରହିଥିଲା । ଅନ୍ୟପଟେ ଟିକା ନେଲା ପରେ ମଧ୍ୟ କୋରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି । କିନ୍ତୁ ଟିକା ନେଲେ ସଂକ୍ରମଣର ପ୍ରଭାବ କମ ରହିବ ବୋଲି ସେ କହିଛନ୍ତି ।