ଓଡିଶା

odisha

ETV Bharat / city

ଶାରଦୀୟ ସଂସ୍କରଣରେ ବାଧକ ସାଜିଲା କୋରୋନା, ବଜାରରେ ମାଗାଜିନ ଅଭାବ

କୋରୋନାର କରାଳ କାୟା ଭିତରେ ହଜି ଯାଇଛି ଶାରଦୀୟ ସାହିତ୍ୟ ସଂସ୍କରଣ । ମହାମାରୀ ପାଇଁ ପ୍ରଭାବିତ ହୋଇଛି ଚଳିତ ବର୍ଷର ସାହିତ୍ୟ ବଜାର । ପାର୍ବଣ ଋତୁରେ ମାଗାଜିନ ବ୍ୟବସାୟ ଏକ ପ୍ରକାର ଠପ ହୋଇଯାଇଛି । ଅଧିକ ପଢନ୍ତୁ...

ଶାରଦୀୟ ସଂସ୍କରଣ ରେ ବାଧକ ସାଜିଛି କୋରୋନା
ଶାରଦୀୟ ସଂସ୍କରଣ ରେ ବାଧକ ସାଜିଛି କୋରୋନା

By

Published : Oct 24, 2020, 8:03 PM IST

ଭୁବନେଶ୍ବର:କୋଭିଡ କଟକଣା ମଧ୍ୟର ନିରାଡମ୍ବରରେ ହେଉଛି ମା'ଙ୍କ ପୂଜାର୍ଚ୍ଚନା । ନା ଅଛି ଗହଳି ଚହଳି ନା ଆଗଭଳି ଖୁସିର ମାହୋଲ । କୋଭିଡ ମାଡରେ ଅସ୍ତବ୍ୟସ୍ତ ପୂଜା ବଜାର । ପେଣ୍ଡାଲ ଠୁ ଆରମ୍ଭ କରି ଶାରଦୀୟ ପତ୍ରପତ୍ରିକା ସବୁକିଛି ପ୍ରଭାବିତ । ପାର୍ବଣ ଋତୁର ଆରମ୍ଭରେ ଭଳିକି ଭଳି ସାହିତ୍ୟ ସଂସ୍କରଣ ପ୍ରକାଶ ପାଏ, ହେଲେ ଚଳିତ ବର୍ଷ ପ୍ରଭାବିତ ପତ୍ରିକା ବଜାର । କୋରୋନାର କରାଳ କାୟା ଭିତରେ ହଜି ଯାଇଛି ଶାରଦୀୟ ସାହିତ୍ୟ ସଂସ୍କରଣ । ସାହିତ୍ୟ ପ୍ରେମୀଙ୍କ ହାତ ଖାଲି, ଦେଖିବାକୁ ମିଳୁନି ପୂଜା ପତ୍ରପତ୍ରିକା । ଯାହାଫଳରେ ଉଭୟ ପ୍ରକାଶନୀ ଓ ବ୍ୟବସାୟ ପୂର୍ବ ବର୍ଷ ଅପେକ୍ଷା ମାନ୍ଦା ସହିଛି ।

ଶାରଦୀୟ ସଂସ୍କରଣ ରେ ବାଧକ ସାଜିଛି କୋରୋନା
ପାର୍ବଣ ଋତୁରେ ଏକରମର ହାତ ବାନ୍ଧି ବସିଛନ୍ତି ପାଠକ ଠାରୁ ବିକ୍ରେତା । ଦଶହରାରେ ଲୋକମାନେ ଘର ପାଇଁ କିଣାକିଣି ସହ ନାନା ପ୍ରକାରର ବ୍ୟଞ୍ଜନ ଖାଇ ପରିବାର ସହିତ ସମୟ ଅତିବାହିତ କରିଥାନ୍ତି । ଏସବୁ ଗୋଟେ ପଟେ ଆଉ ଦୁର୍ଗାପୂଜାରେ ପତ୍ରିକା ଓ ଶାରଦୀୟ ସଂସ୍କରଣ ପଢିବାର ନିଶା ଗୋଟେ ପଟେ । ଯାହାକୁ ଆଖିରେ ରଖି ଲେଖକ, ସାହିତ୍ୟକ, ପ୍ରକାଶକ ସମସ୍ତେ ଅପେକ୍ଷା କରି ବସିଥାନ୍ତି ପତ୍ରିକା ଛପେଇବା ପାଇଁ । କିନ୍ତୁ ଏବର୍ଷ ଦୀର୍ଘ ଦଶନ୍ଧି ପରେ ଏକ ଅଦୃଶ୍ୟ ମହାମାରୀ ଆଚ୍ଛନ୍ନ କରି ରଖିଛି ପୂଜା ପତ୍ରିକା ବଜାରକୁ । ବଜାରର ସ୍ଥିତି, ବିଜ୍ଞାପନ ଦାତା ସମସ୍ତେ ଚଳିତ ଥରର ପୂଜା ବଜାରକୁ ଭରସା କରି ପାରିନାହାଁନ୍ତି । ଯେଉଁଥିପାଇଁ ଏକ ଚତୁର୍ଥାଂଶ ମ୍ୟାଗାଜିନ ମଧ୍ୟ ବଜାରକୁ ଆସି ପାରିନାହିଁ ।


ପାର୍ବଣ ଋତୁ ଆଗମନରେ ଯେମିତି ନଈ ପଠାରେ କାଶତଣ୍ଡି ହସେ ସେମିତି ବଜାରକୁ ପତ୍ରିକା ଆସିଲେ ଲାଗେ ଯେମିତି ପାର୍ବଣ ଋତୁର ପରିପୂର୍ଣ୍ଣତା ଆସିଲା । କିନ୍ତୁ କୋଭିଡ ମହାମାରୀ ପାଇଁ ପତ୍ରିକା ବଜାର ଦୋହଲି ଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details