ଓଡିଶା

odisha

ETV Bharat / city

ତୃତୀୟ ଲହର: ନଭେମ୍ବର 30 ଯାଏଁ ପ୍ରସ୍ତୁତ ରହିବେ କୋଭିଡ଼ କର୍ମଚାରୀ - କୋଭିଡ଼ କର୍ମଚାରୀ

ତୃତୀୟ ଲହରକୁ ଦୃଷ୍ଟିରେ ରଖି ନଭେମ୍ବର ୩୦ ଯାଏଁ କୋଭିଡ଼ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ଜାରି ହୋଇଛି ନୂଆ ନିର୍ଦ୍ଦେଶନାମା । ଅଧିକ ପଢନ୍ତୁ...

୩ୟ ଲହର: ନଭେମ୍ବର 30 ଯାଏଁ ପ୍ରସ୍ତୁତ ରହିବେ କୋଭିଡ଼ କର୍ମଚାରୀ
୩ୟ ଲହର: ନଭେମ୍ବର 30 ଯାଏଁ ପ୍ରସ୍ତୁତ ରହିବେ କୋଭିଡ଼ କର୍ମଚାରୀ

By

Published : Nov 9, 2021, 5:13 PM IST

ଭୁବନେଶ୍ବର: କୋଭିଡର ସ୍ଥିତିକୁ ଦୃଷ୍ଟିରେ ରଖି ନଭେମ୍ବର ୩୦ ଯାଏଁ ପ୍ରସ୍ତୁତ ରହିବେ କୋଭିଡ଼ କର୍ମଚାରୀ । ଦ୍ବିତୀୟ ଲହରୀ କମି କମି ଯାଉଥିବା ବେଳେ ତୃତୀୟ ଲହର ନେଇ ପ୍ରସ୍ତୁତ ରହିବେ କର୍ମଚାରୀ । ସରକାରୀ କୋଭିଡ ହସ୍ପିଟାଲରେ ଥିବା ଭିତ୍ତିଭୂମି ଆବଶ୍ୟକସ୍ଥଳେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି ।

୩ୟ ଲହର: ନଭେମ୍ବର 30 ଯାଏଁ ପ୍ରସ୍ତୁତ ରହିବେ କୋଭିଡ଼ କର୍ମଚାରୀ

ରାଜ୍ୟରେ କୋରୋନା ସକରାତ୍ମକ ମାମଲା ଗୁଡ଼ିକର ହ୍ରାସ ଧାରା ଏବଂ କୋଭିଡ଼ର ପ୍ରତିକ୍ଷିତ ତୃତୀୟ ତରଙ୍ଗ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକତା ରହିଛି । ସରକାରୀ ସୁବିଧା ଗୁଡ଼ିକରେ ଶଯ୍ୟା ଆଦି ଦୃଷ୍ଟିରୁ କୋଭିଡ଼ ଭିତ୍ତିଭୂମି ଅକ୍ଷୁର୍ଣ୍ଣ ରହିବ ଏବଂ ଆବଶ୍ୟକସ୍ଥଳେ କେବଳ ସଂପୃକ୍ତ କଲେକ୍ଟର, ମୁନିସିପାଲିଟି କମିଶନରଙ୍କ ଅନୁମୋଦନ କ୍ରମେ ଅଣ-କୋଭିଡକୁ ପଠାଯାଇପାରିବ । ତଥାପି ଟୀକାକରଣ ଏବଂ ପରୀକ୍ଷଣ ପାଇଁ ନିୟୋଜିତ ଥିବା କର୍ମଚାରୀମାନେ ରହିପାରିବେ ।

ବିଭିନ୍ନ ବର୍ଗର ଯେପରିକି MBBS ଡାକ୍ତର, ଆୟୁଷ ଡାକ୍ତର, ଷ୍ଟାଫ୍ ନର୍ସ, ଲ୍ୟାବ୍ ଟେକ୍ନିସିଆନ, ଫାର୍ମାସିଷ୍ଟ, ହସ୍ପିଟାଲ୍ ମ୍ୟାନେଜର ଆଦି ରହିବେ । ଏନେଇ ସବୁ ଜିଲ୍ଲାପାଳ, କମିଶନର ଓ ସରକାରୀ ହସ୍ପିଟାଲକୁ ନୂଆ ନିର୍ଦ୍ଦେଶନାମା ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ନଭେମ୍ବର 30 ଯାଏଁ ପ୍ରସ୍ତୁତ ରହିବେ କୋଭିଡ଼ କର୍ମଚାରୀ ।

ସରକାରୀ କୋଭିଡ଼ ହସ୍ପିଟାଲରେ ଥିବା ଭିତ୍ତିଭୂମି ଆବଶ୍ୟକ ସ୍ଥଳେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଦରମା HSS-NHM ପାଣ୍ଠିରୁ ପୈଠ କରାଯିବ । ଆଉଟ୍‌ସୋର୍ସ କର୍ମଚାରୀ ନିର୍ମଳ ଯୋଜନା ଅର୍ଥରୁ ପାରିଶ୍ରମିକ ପାଇବେ । ହାଇକୋର୍ଟଙ୍କ ନିର୍ଦ୍ଦେଶ କିମ୍ବା ସ୍ଥିତି ଦେଖି କାର୍ଯ୍ୟ ନିବୃତ୍ତ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details