ଓଡିଶା

odisha

ETV Bharat / city

ଅଧା କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ - କୋରୋନା ଗାଇଡଲାଇନ

ବଢ଼ୁଥିବା କୋରୋନା ସଂକ୍ରମଣକୁ ରୋକ ଲଗାଇବାକୁ ରାଜ୍ୟ ସରକାର ଲଗାଇଛନ୍ତି ଅନେକ କଟକଣା । ସରକାରୀ କାର୍ଯ୍ୟାଳୟ ଚାଲିବା ନେଇ ମଧ୍ୟ କଟକଣା ଲଗାଇଲେ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଧିକ ପଢନ୍ତୁ...

ଅଧା କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ
ଅଧା କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ

By

Published : Apr 15, 2021, 8:59 PM IST

ଭୁବନେଶ୍ବର: ବଢ଼ୁଥିବା କୋରୋନା ସଂକ୍ରମଣକୁ ରୋକ ଲଗାଇବାକୁ ରାଜ୍ୟ ସରକାର ଲଗାଇଛନ୍ତି ଅନେକ କଟକଣା । ସରକାରୀ କାର୍ଯ୍ୟାଳୟ ଚାଲିବା ନେଇ ମଧ୍ୟ କଟକଣା ଲଗାଇଲେ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂତନ ନିର୍ଦ୍ଦେଶନାମା ଅନୁସାରେ ଅଧା କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ୫୦ ପ୍ରତିଶତ କର୍ମଚାରୀଙ୍କୁ ସରକାରୀ ଅଫିସକୁ ଆସିବା ଲାଗି ଅନୁମତି ଦିଆଯାଇଛି । ବାକି କର୍ମଚାରୀ ଘରେ ରହି କାମ କରିବେ । ଏହି ନିର୍ଦ୍ଦେଶନାମା ଆସନ୍ତା ୧୯ ତାରିଖରୁ ଲାଗୁ ହେବ । ପରବର୍ତ୍ତୀ ନିର୍ଦେଶନାମା ଆସିବା ଯାଏଁ ଏହି ପ୍ରକ୍ରିୟା ଜାରି ରହିବ ।

ତେବେ ସମସ୍ତ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଏସଆରସି, ଓଏସଡିଏମଏ, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା ଏବଂ ମହାନଗର ନିଗମ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଭୁବନେଶ୍ୱର ଓ କଟକରେ ଥିବା ବିଭାଗୀୟ ମୁଖ୍ୟ ଦପ୍ତରରେ କର୍ମଚାରୀ କାମ କରିବା ନେଇ ରୋଷ୍ଟର ଡ୍ୟୁଟି କରାଯିବ ।

ଗତ ୨୦୨୦ ଜୁନ୍ ୧୨ରେ ଏସଆରସିଙ୍କ ପକ୍ଷରୁ ଜାରି ହୋଇଥିବା ଏସଓପି ଅନୁସାରେ ଚାଲିବ । ଘରୁ କାର୍ଯ୍ୟ କରିବା ଲାଗି ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍ ଯୋଗାଇ ଦିଆଯିବ । ଡ୍ୟୁଟି ନିର୍ଦ୍ଧାରିତ କରାଯାଇନଥିବା କର୍ମଚାରୀ ସବୁବେଳେ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ବ୍ୟାଙ୍କ ଓ ବେସରକାରୀ କାର୍ଯ୍ୟାଳୟ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details