ଓଡିଶା

odisha

ETV Bharat / city

ଅଧା ରହିଲା ଜଗା ଦର୍ଶନ, କୋରୋନା ପାଇଁ କଲବଲ ପର୍ଯ୍ୟଟକ

ପିପିଲି ଟୋଲଗେଟରୁ ଆଗକୁ ଯିବାକୁ ପର୍ଯ୍ୟଟକଙ୍କୁ ମନା । ଜଗାଦର୍ଶନ କରିନପାରି ଦୁଃଖ ପ୍ରକାଶ କରିଛନ୍ତି ପର୍ଯ୍ୟଟକ । କୋରୋନା ମୁକାବିଲା ପାଇଁ ନିଆଯାଇଛି ପଦକ୍ଷେପ । ଅଧିକ ପଢନ୍ତୁ...

pipili toll
କୋରୋନା ପାଇଁ କଲବଲ ପର୍ଯ୍ୟଟକ

By

Published : Mar 16, 2020, 9:10 PM IST

ଭୁବନେଶ୍ବର: ଅଧା ରହିଲା ଜଗା ଦର୍ଶନ । ବାଟରୁ ଫେରିଲେ ପର୍ଯଟକ । ପୁରୀ ଅଭିମୁଖେ ଆସିଥିବା ଜଗନ୍ନାଥ ପ୍ରେମୀଙ୍କୁ ଫେରାଇ ଦେଇଛି ଜିଲ୍ଲା ପ୍ରଶାସନ । ଏଦୃଶ୍ୟ ପିପିଲ ଟୋଲ ଗେଟ ନିକଟର । କେବଳ ସ୍ଥାନୀୟ ତଥା ଅତି ଜରୁରୀ କାର୍ଯ୍ୟରେ ଥିବା ଲୋକଙ୍କୁ କାଗଜ ପତ୍ର ଯାଞ୍ଚ ପରେ ଛାଡିଦିଆଯାଉଛି । ବାକି ବିଦେଶୀ ଓ ରାଜ୍ୟ ବାହାର ପର୍ଯ୍ୟଟଙ୍କୁ ପୁରୀକୁ ନୋ ଏଣ୍ଟ୍ରି କହି ଫେରାଇ ଦେଇଛନ୍ତି । ଫଳରେ ଦୁର ଦୁର ଦୁରନ୍ତାରୁ ଆସୁଥିବା ପର୍ଯ୍ୟଟକ ନିରାଶ ହୋଇ ଜଗା ଦର୍ଶନ ନକରି ଫେରିଛନ୍ତି । ଯାହାକୁନେଇ କୋରୋନା ପାଇଁ ଏକ ପ୍ରକାର ହନ୍ତସନ୍ତ ହେଉଥିବା କହିଛନ୍ତି ପର୍ଯ୍ୟଟକ ।

କୋରୋନା ପାଇଁ କଲବଲ ପର୍ଯ୍ୟଟକ

ସେପଟେ ବିଶ୍ବବାପୀ କୋରୋନାର ସ୍ଥିତି ସଙ୍ଗୀନ ଯୋଗୁଁ ରାଜ୍ୟ ସରକାର ସ୍ବତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ କୋରୋନା ସଂକ୍ରମଣକୁ ନ ବାପିବା ଆଶଙ୍କାରେ ଏଭଳି ସତର୍କତା ମୁଳକ ପଦକ୍ଷେପ ନିଆଯାଉଛି । ଡାକ୍ତରୀ ଟିମ ସହ ପୁରୀକୁ ଏଣ୍ଟ୍ରି କରୁଥିବା ସ୍ଥାନରେ ଚେକିଂ ଓ ବ୍ଲକିଂ ଜାରି ରଖିଥିବା କହିଛନ୍ତି ପୁରୀ ଆରଟିଓ ।

ତେବେ ଯାତ୍ରୀବାହି ବସକୁ ଚଳପ୍ରଚଳ ଅନୁମତି ରହିଥିବା ବେଳେ, ବସରେ ପର୍ଯ୍ୟଟକ ଆସୁଥିବା ଆଶଙ୍କାରେ ବସ ଆସୋସିଏସନ ସହ ଆଲୋଚନା କରିବାକୁ ଯୋଜନା ଚଳାଇଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details