ଓଡିଶା

odisha

ETV Bharat / city

ପ୍ରବାସୀଙ୍କୁ ଘାରିଛି କୋରୋନା ଡ଼ର, କାମ ଛାଡ଼ି ଘରମୁହାଁ ଶହଶହ ଶ୍ରମିକ - ଘରମୁହାଁ ଶହ ଶହ ପ୍ରବାସୀ ଶ୍ରମିକ

ଭୁବନେଶ୍ବର ସତ୍ୟନଗର ସ୍ଥିତ ବିଏମସି ବିଲଡିଂ ରେ କାମ କରୁଥିବା ଶହ ଶହ ପ୍ରବାସୀ ଶ୍ରମିକ ଘରମୁହାଁ ହୋଇଥିବା ବେଳେ ବାଣୀବିହାରରେ ଅଟକାଇଛି ପୋଲିସ।

Corona fear to migrant labourers
ପ୍ରବାସୀ ଶ୍ରମିକଙ୍କୁ ଅଟକାଇଲା ପୋଲିସ

By

Published : May 12, 2020, 4:35 PM IST

ଭୁବନେଶ୍ବର: କୋରୋନା ରୂପକ ମହାମାରୀ ପାଇଁ ସମସ୍ତେ ଭୟଭୀତ । ଖାସକରି ବାହାର ରାଜ୍ୟରେ ରହୁଥିବା ପ୍ରବାସୀମାନେ ଏନେଇ ଅଧିକ ଭୟଭୀତ ଥିବାବେଳେ ସବୁ କାମଧନ୍ଦା ଛାଡି ଘରମୁହାଁ ହେଉଛନ୍ତି ଶହ ଶହ ଶ୍ରମିକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ସତ୍ୟନଗର ସ୍ଥିତ ବିଏମସି ବିଲଡିଂ ରେ କାମ କରୁଥିବା ଶହ ଶହ ପ୍ରବାସୀ ଶ୍ରମିକ ଘରମୁହାଁ ହୋଇଥିବା ବେଳେ ବାଣୀବିହାରରେ ଅଟକାଇଛି ପୋଲିସ।

ପ୍ରବାସୀ ଶ୍ରମିକଙ୍କୁ ଅଟକାଇଲା ପୋଲିସ

ସୂଚନା ଅନୁସାରେ, ଲକଡାଉନ ଯୋଗୁଁ ସବୁକିଛି ବନ୍ଦ ରହିଛି । ଆଉ ଏଭଳି ସ୍ଥିତିରେ ଏହି ଶ୍ରମିକମାନେ ଓଡିଶାକୁ କାମ କରିବାକୁ ଆସିଥିବା ଏହି ଶ୍ରମିକମାନେ ତାଲାବନ୍ଦ ଯୋଗୁଁ ଏଠାରେ ଫସି ରହିଥିଲେ । ତେବେ ଦିନକୁ ଦିନ କୋରୋନାର ଭୟାଭୟତାକୁ ଦେଖି ପାଦରେ ଚାଲି ଚାଲି ସୁଦୁର ଝାରଖଣ୍ଡ ଓ ବିହାର ଯିବାକୁ ବାହାରିଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।

ତେବେ ପାଦରେ ଚାଲିଚାଲି ଯାଉଥିବା ଦେଖି ପୋଲିସ ଏମାନଙ୍କୁ ଅଟକାଇବା ସହ ବୁଝାସୁଝା କରିଥିଲା। ହେଲେ ଘରକୁ ଯିବାକୁ ଜିଦ ଧରିବାରୁ ଠିକଦାରକୁ ଡକାଇ ଏମାନଙ୍କ ପଞ୍ଜୀକୄତ କରାଇ ଯିବାକୁ ପୋଲିସ କହିଥିଲା । ପରେ ସେମାନଙ୍କ ଯିବାପାଇଁ ବନ୍ଦୋବସ୍ତ କରିବାର ପ୍ରତିଶ୍ରୁତି ପରେ ସେମାନେ ରାସ୍ତାରୁ ହଟି ଭୁବନେଶ୍ବର ସ୍ଥିତ ରହୁଥିବା ସ୍ଥାନକୁ ଫେରିଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details