ଭୁବନେଶ୍ବର: ଦୀର୍ଘ 6 ମାସରୁ ଅଧିକ ଦିନ ହେବ ପୃଥିବୀରେ ‘ବିନ ବୁଲାୟେ ମେହମାନ’ ପରି ନିଜର କଳା ଛାୟା ବିସ୍ତାର କରିଛି କୋରୋନା । ସବୁ କ୍ଷେତ୍ର କୋରୋନା ପାଇ ପ୍ରଭାବିତ ହୋଇସାରିଛି । ଏପଟେ କୋରୋନା ମୁକାବିଲା ପାଇଁ କଡକଣା କଡାକଡି କରାଯାଉଥିବା ବେଳେ ବଜାର, ହାଟର ସ୍ଥିତି ବେହାଲ । ଏଥି ଯୋଗୁଁ ସାଧାରଣ ଲୋକେ ପ୍ରଭାବିତ ହେବା ସହ ବଡରୁ ଛୋଟ ବ୍ୟବସାୟୀଙ୍କ ଉପରେ ମଧ୍ୟ ପଡିଛି କୋରୋନାର ପ୍ରଭାବ । ବିଶେଷ କରି ଛୋଟ ବ୍ୟବସାୟୀ ତଥା ବୁଲା ବିକାଳିଙ୍କ ଜୀବିକା ଉପରେ ପଡିଛି କୋରୋନା ଚଡକ । ଯେତିକି ବ୍ୟବସାୟ ହେଉଛି ସେଥିରେ ପରିବାର ଚଳେଇବା କାଠିକର ହୋଇପଡୁଛି । ତେବେ ବଜାରରେ କୋରୋନା କଟକଣା ଲାଗିଥିବା ବେଳେ ଗ୍ରାହକଙ୍କୁ ଅପେକ୍ଷା କରି ବସୁଛନ୍ତି ଏହି ବୁଲା ବ୍ୟବସାୟୀ ।
କୋରୋନା ଭୟ: ଗ୍ରାହକଙ୍କ ଅପେକ୍ଷାରେ ବୁଲା ବିକାଳି 3 ମାସର ଲାକଡାଉନ ପରେ ଅନଲକ-2ରେ ଦୋକାନ ବଜାର ଖୋଲାଯାଇଛି । କିନ୍ତୁ ଛୋଟ ଛୋଟ ବ୍ୟବସାୟୀଙ୍କ ମୁଣ୍ଡରେ ଚଡକ ପଡିଛି । ଏପଟେ ଦାଉ ସାଜୁଛି ସନ୍ଧ୍ୟା ହେଲେ କର୍ଫ୍ୟୁ। ଯେଉଁ ବ୍ୟବସାୟୀମାନେ ଦିନେ ଭଲରେ ପରିବାରକୁ ପୋସି ପାରୁଥିଲେ। ବର୍ତ୍ତମାନ ସେମାନେ ଜୀବନ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛନ୍ତି । ନିଜେ ନ ଖାଇ ପରିବାରକୁ ବଞ୍ଚିବାର ରାହା ଦେଖୁଛନ୍ତି ଏମାନେ ।
ତେବେ ଏମିତି କିଛି ଛୋଟ ଛୋଟ ବେପାରିଙ୍କ ସହ ଆମେ କଥାବାର୍ତ୍ତା ହୋଇଥିଲୁ । ଧୀର କିଶୋର ମହାପାତ୍ର ଜଣେ ଦହିବରା ବେପାରୀ। ସେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ବ୍ୟବସାୟ କରିଥାନ୍ତି। ରାଜଧାନୀରେ ଦୀର୍ଘ 12 ବର୍ଷ ରହିଆସିଲେଣି । ହେଲେ ଏହି ମହାମାରୀ ରୋଗରେ ବେଉସା ପୁରା ବୁଡ଼ିଗଲାଣି। ଯାହା ଫଳରେ ଗ୍ରାହକ ଅପେକ୍ଷାରେ ଦିନ ଗାଡି ଯାଉଛି। ପରିବାର ନେଇ ରହୁଥିବା ଧୀର କିଶୋର ଏହି ଲାକଡାଉନ ସମୟରେ 4 ମାସ ସଙ୍ଘର୍ଷ କରି ଆସିଛନ୍ତି। ଯାହା ସମ୍ପୂର୍ଣ୍ଣ ରୂପେ ହାତ ବାନ୍ଧି ବସିଛନ୍ତି। ନିଜେ ନଖାଇଲେ ମଧ୍ୟ ଘର ମଳିକାକୁ ଘରଭଡା ଦେବାକୁ ପଡୁଛି ।
ସେହିପରି ଭାବରେ ଜଣେ ଜୋତା ଦୋକାନ କରିଥିବା ଏନ ଗଣେଶ ରାଓ କହିଛନ୍ତି ଯେ ଭୟ ଡରରେ ବ୍ୟବସାୟ କରିବାକୁ ପଡୁଛି। ପରିବାର ନେଇ ଭୁବନେଶ୍ୱରରେ ଚାଲିବା କଷ୍ଟ ହୋଇପଡୁଛି । କାମ କଲେ ଖାଇବୁ ନ ହେଲେ ସାରା ଦିନ ଉପାସରେ ରହିବାକୁ ପଡୁଛି ବୋଲି ସେ କହନ୍ତି । ଦିନକୁ 4 ଶହ ଟଙ୍କାର କାମ ହେଉଥିବା ବେଳେ ଏବେ 100 ଟଙ୍କାର କାମ କରୁଛନ୍ତି । ହେଲେ ଜଣେ ରୋଜଗାର କଲେ 4 ଜଣ ଚାଲୁଥିବାରୁ ଏହି ସମୟରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି ବୋଲି ସେ କୁହନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ