ଓଡିଶା

odisha

ETV Bharat / city

କୋରୋନା ଭୟ: ଏଣିକି ଘରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ

ସାମାଜିକ ଦୂରତ୍ବ ରକ୍ଷା କରି କୋରୋନା ସଂକ୍ରମଣରେ ରୋକ ଲଗାଇବା ନେଇ ଏପରି ଏକ ପଦକ୍ଷେପ ନିଆଯାଇଛି ବିଏମସି ପକ୍ଷରୁ । ଏନେଇ ଭୁବନେଶ୍ବର ବାସିନ୍ଦାଙ୍କୁ ଦୈନନ୍ଦିନ ଆବଶ୍ୟକୀୟ ସଉଦା ପତ୍ର ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହାକୁ ୨୮ଟି ମଲ୍‌ ଓ ଷ୍ଟୋରରେ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ଭୟ: ଏଣିକି ଘରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ
କୋରୋନା ଭୟ: ଏଣିକି ଘରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ

By

Published : Mar 28, 2020, 4:53 PM IST


ଭୁବନେଶ୍ବର: ଏଣିକି ଘରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ । ଆପଣଙ୍କର ଖାଦ୍ୟ ସାମଗ୍ରୀଠୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆବଶ୍ୟକ ଅଛି କି ? ତେବେ କେବଳ ୱାଟସ ଆପରେ ପଠାନ୍ତୁ ସଉଦା ଚିଠା । ଆଉ ଏସବୁକୁ ଘରେ ବସି ପାଆନ୍ତୁ । ସ୍ମାର୍ଟସିଟିରେ ଏଭଳି ବ୍ୟବସ୍ଥା କରିଛି ବିଏମସି ।

କୋରୋନା ଲକ ଡାଉନ କଟକଣା ଯୋଗୁଁ ପ୍ରାୟ ଦୋକାନ ବଜାର ବନ୍ଦ ରହିଛି । ଆଉ ଏପରି ଏକ ସମୟରେ ସାମାଜିକ ଦୂରତ୍ବ ରକ୍ଷା କରି କୋରୋନା ସଂକ୍ରମଣରେ ରୋକ ଲଗାଇବା ନେଇ ଏପରି ଏକ ପଦକ୍ଷେପ ନିଆଯାଇଛି ବିଏମସି ପକ୍ଷରୁ । ଏନେଇ ଭୁବନେଶ୍ବର ବାସିନ୍ଦାଙ୍କୁ ଦୈନନ୍ଦିନ ଆବଶ୍ୟକୀୟ ସଉଦା ପତ୍ର ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହାକୁ ୨୮ଟି ମଲ୍‌ ଓ ଷ୍ଟୋରରେ ବ୍ୟବସ୍ଥା କରାଯାଇଛି ।

କୋରୋନା ଭୟ: ଏଣିକି ଘରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ

ସକାଳ ୭ରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ସୁବିଧା ନେଇପାରିବେ ଆଗ୍ରହୀ ଗ୍ରାହକ । ଆଉ ଏନେଇ ଆପଣ ଦେଇଥିବା ଫୋନ ନମ୍ବରରେ କେବଳ ହ୍ବାଟ୍ସଆପ୍‌ ଜରିଆରେ ଆବଶ୍ୟକ ସାମଗ୍ରୀର ସୂଚନା ଦେଲେ ଷ୍ଟୋର ଗୁଡିକ ଆପଣ ଦେଇଥିବା ଠିକଣାରେ ସଉଦା ଆଣି ପହଞ୍ଚାଇ ଦେବେ । ଭୁବନେଶ୍ବର ଲୁଇସ ରୋଡରେ ଥିବା ରିଲାଏନ୍ସ ଫ୍ରେଶ ମଧ୍ୟ ଏଥିରେ ଅଂଶୀଦାର କରିଛି ।

ଗୋଟିଏପଟେ ଲକଡାଉନ ସମୟରେ ଜିନିଷ ପତ୍ର ମିଳୁନି, ଦୋକାନ ବଜାର ବନ୍ଦ । ଆଉ ଏପରି ଏକ ସମୟରେ ବିଏମସି ପକ୍ଷରୁ ଏଭଳି ବ୍ୟବସ୍ଥା ଏକ ଅଭିନବ ପ୍ରୟାସ ନିଶ୍ଚୟ । ଏହାଦ୍ବାରା ଲୋକମାନେ ଘରୁ ବାହାରିବାର ଆବଶ୍ୟକତା ନଥିବାବେଳେ ସାମାଜିକ ଦୂରତା ରକ୍ଷାରେ ମଧ୍ୟ ସହାୟକ ହୋଇପାରିବ ।

ଭୁବନେଶ୍ବର ଲୁଇସ ରୋଡ ରିଲାଏନ୍ସ ଫ୍ରେଶ ଷ୍ଟୋର ମ୍ୟାନେଜର କୁଞ୍ଜରୀ ରଥ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କୋରୋନା ଲକଡାଉନ ପାଇଁ ସାଧାରଣ ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ଆମେ ଏପରି ଏକ ପଦକ୍ଷେପ ନେଇଛୁ । ଆମ କର୍ମଚାରୀଙ୍କ ଦ୍ଵାରା ଏହାକୁ ଡେଲିଭରି କରାଯାଉଛି । ଯେଉଁଦିନ ଆପଣଙ୍କୁ ସାମଗ୍ରୀ ଆବଶ୍ୟକ ସେହିଦିନ ହିଁ ଏହା ଆପଣଙ୍କ ପାଖରେ ପହଞ୍ଚିଯିବ । ଆପଣ କ୍ୟାସ କିମ୍ବା କାର୍ଡ ଜରିଆରେ ପେମେଣ୍ଟ କରିପାରିବେ । ଏହାସହ ଏଥିପାଇଁ ଆପଣଙ୍କୁ କୌଣସି ଡେଲିଭରି ଚାର୍ଜ ମଧ୍ୟ ଦେବାକୁ ପଡିବ ନାହିଁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details