ଓଡିଶା

odisha

ETV Bharat / city

କୋରୋନା ପ୍ରଭାବ: ପନିପରିବା ଦର ଆକାଶଛୁଆଁ, ଅସନ୍ତୋଷ ଗ୍ରାହକ - କୋରୋନା ଭାଇରସ ନ୍ୟୁଜ୍‌

କୋରୋନା ଭାଇରସ ମୁକାବିଲା ପାଇଁ ରାଜ୍ୟ ସରକାର 14ଟି ଜିଲ୍ଲାରେ ଲକଡାଉନ ଘୋଷଣା କରିଛନ୍ତି । ଏହାର ପ୍ରଭାବ ଧିରେ ଧିରେ ପନିପରିବା ବଜାର ଉପରେ ପଡିଛି ।

Corona effect, corona virus update, corona virus news, vegetables rate rises to sky, କୋରୋନା ପ୍ରଭାବ, ପନିପରିବା ଦର ଆକାଶଛୁଆଁ, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଭାଇରସ ଅପଡେଟ
କୋରୋନା ପ୍ରଭାବ: ପନିପରିବା ଦର ଆକାଶଛୁଆଁ, ଅସନ୍ତୋଷ ଗ୍ରାହକ

By

Published : Mar 24, 2020, 7:16 PM IST

ଭୁବନେଶ୍ବର: କୋରୋନା ଭାଇରସ ମୁକାବିଲା ପାଇଁ ରାଜ୍ୟ ସରକାର 14ଟି ଜିଲ୍ଲାରେ ଲକଡାଉନ ଘୋଷଣା କରିଛନ୍ତି । ଏହାର ପ୍ରଭାବ ଧିରେ ଧିରେ ପନିପରିବା ବଜାର ଉପରେ ପଡିଛି । ଆଳୁ ଠାରୁ ଆରମ୍ଭ କରି ସମସ୍ତ ପନିପରିବା ଦର ଦିନକୁ ଦିନ ବଢିବାରେ ଲାଗିଛି । ଯେହେତୁ ଲୋକଙ୍କ ଆବଶ୍ୟକତା ରହିଛି ସେମାନେ ଏହାକୁ କିଣିବାକୁ ବାଧ୍ୟ ହେଉଥିଲେ ମଧ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ପାଇଁ କହିଛନ୍ତି ।

କୋରୋନା ପ୍ରଭାବ: ପନିପରିବା ଦର ଆକାଶଛୁଆଁ, ଅସନ୍ତୋଷ ଗ୍ରାହକ

ସେପଟେ କଟକଣା ଯୋଗୁଁ ଆବଶ୍ୟକ ତୁଳନାରେ କମ ପରିବା ଗାଡି ଆସୁଥିବା ଦୋକାନୀମାନେ ଅଭିଯୋଗ କରିଛନ୍ତି । ଫଳରେ ସେମାନେ ଅଧିକ ଦରରେ ପରିବା କିଣିଥିବାରୁ ବାଧ୍ୟ ହୋଇ ଚଢା ରେଟରେ ବିକ୍ରି କରୁଥିବା କହିଛନ୍ତି । ଏହାସହ ଲୋକମାନେ ମଧ୍ୟ ଅସମ୍ଭାଳ ହୋଇ ଆବଶ୍ୟକତାଠାରୁ ଅଧିକ ପନିପରିବା କିଣୁଥିବାରୁ ଏହି ରେଟ ବଢୁଥିବା ଜଣାପଡିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details