ଓଡିଶା

odisha

ETV Bharat / city

ବିଏମସିର ଧରପଗଡ, ମାର୍କେଟ ବିଲ୍ଡିଂରେ ତନାଘନା - corona effect latest news

କୋରୋନା ଭାଇରସ ସଂକ୍ରମଣକୁ ନଜରରେ ରଖି ଭୁବନେଶ୍ବର ମାର୍କେଟ ବିଲ୍ଡିଂରେ ବ୍ୟବସାୟୀ ଓ ଜନସାଧାରଣଙ୍କୁ ସଚେତନ କଲା ସ୍ବତନ୍ତ୍ର ସ୍କ୍ବାର୍ଡ ।

corona
corona

By

Published : Mar 17, 2020, 8:11 PM IST

ଭୁବନେଶ୍ବର: ଓଡିଶାରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ପରେ ବିଏମସି ତତ୍ପରତା ଦେଖାଇଛି । ସୁରକ୍ଷାକୁ ଦେଖି ଭୁବନେଶ୍ବର ମାର୍କେଟ ବିଲ୍ଡିଂରେ ବିଏମ୍‌ସି ଓ କମିଶନରେଟ ପୋଲିସ ଚଢାଉ କରିଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟବସାୟୀ ଓ ଜନସାଧାରଣଙ୍କୁ ସଚେତନ କଲା ସ୍ବତନ୍ତ୍ର ସ୍କ୍ବାର୍ଡ ।

ବ୍ୟବସାୟୀ ଓ ଜନସାଧାରଣ ମାନଙ୍କୁ ସଚେତନତା କଲା ସ୍ବତନ୍ତ୍ର ସ୍କ୍ବାର୍ଡ

ଭୁବନେଶ୍ବରର ବିଭିନ୍ନ ସ୍ଥାନ ଯଥା ୟୁନିଟ 1, ୟୁନିଟ 2 ଓ ୟୁନିଟ 4 ମାଛ ମାର୍କେଟ ସହିତ ବଡ ବଡ ହୋଟେଲ ,ରାସ୍ତାପାର୍ଶ୍ଵ ଖୋଲିଥିବା ଲସି ଷ୍ଟଲ ସହ ହୋଟେଲ ଆଦିକୁ ଯାଞ୍ଚ କରିଥିବା ଜଣାପଡିଛି । ଏହା ସହିତ ମେଡିସିନ ଷ୍ଟୋର ମାନଙ୍କରେ ଚଢାଉ କରି ହ୍ୟାଣ୍ଡ ସାନିଟାଇଜର ଓ ମାସ୍କ ର ସଠିକ ଓ ଉଚିତ ଦାମରେ ବିକ୍ରୟ ହେଉଛି କି ନାହିଁ ତଦାରଖ କରିଥିବା ଜଣାପଡିଛି । ଯେଉଁଠାରେ ଏହାର କଳାବଜାରି କିମ୍ବା ଷ୍ଟକ ଥାଇ ଲୋକମାନଙ୍କୁ ଦିଆଯାଉ ନଥିବା ଦେଖିବାକୁ ମିଳିଥିଲା ସେମାନଙ୍କୁ ଏହା ନ କରିବା ପାଇଁ ତାଗିଦ୍‌ କରାଯାଇଛି ।

ତେବେ ବିନା ଅନୁମତିରେ ଓ ଅସ୍ବାସ୍ଥ୍ୟକର ପରିବେଶରେ ବ୍ୟବସାୟ କରୁଥିବା 7 ରୁ 8ଟି ଲସି ଦୋକାନକୁ ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ଡେପୁଟି କମିଶନର ଅଂଶୁମାନ ରଥ । ତେବେ ମଙ୍ଗଳବାରର ଏହି ଚଢାଉ କେବଳ ଲୋକମାନଙ୍କୁ ସଚେତନ କରିବା ପାଇଁ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ନ ମାନିଲେ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯିବ ବୋଲି ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ଲକ୍ଷ୍ମୀକାନ୍ତ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details