ଓଡିଶା

odisha

ETV Bharat / city

କୋରୋନା ବିତ୍ପାତ, ରାଜ୍ୟରେ ଗଡିଲା ଆଉ 12 ମୁଣ୍ଡ - ରାଜ୍ୟରେ କୋରୋନା ଅପଡେଟ

ରାଜ୍ୟରେ କୋରୋନା ପ୍ରଭାବ ବଢି ଚାଲିଥିବା ବେଳେ ଗତ 24 ଘଣ୍ଟାରେ ଏହାର ପ୍ରଭାବରେ ଗଡିଛି 12 ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 247ରେ ପହଞ୍ଚିଛି । ଅଧିକ ପଢନ୍ତୁ...

corona effect, corona effect in odisha, corona update in odisha, corona death toll in odisha, କୋରୋନା ପ୍ରଭାବ, ରାଜ୍ୟରେ କୋରୋନା ପ୍ରଭାବ, ରାଜ୍ୟରେ କୋରୋନା ଅପଡେଟ, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା
କୋରୋନା ପ୍ରଭାବ, ରାଜ୍ୟରେ ଗଡିଲା ଆଉ 12 ମୁଣ୍ଡ

By

Published : Aug 7, 2020, 12:05 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ପ୍ରଭାବ ବଢି ଚାଲିଥିବା ବେଳେ ଗତ 24 ଘଣ୍ଟାରେ ଏହାର ପ୍ରଭାବରେ ଗଡିଛି 12 ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 247ରେ ପହଞ୍ଚିଛି । ସେପଟେ ଗଞ୍ଜାମରେ କୋରୋନା ପ୍ରଭାବ ଲଗାତାର ବଢି ଚାଲିଥିବା ମଧ୍ୟ ଦେଖାଯାଉଛି । ଯାହା ଜିଲ୍ଲା ପ୍ରଶାସନର ଚିନ୍ତା ଦ୍ବିଗୁଣିତ କରିଛି ।

ସୂଚନା ମୁତାବକ ରାଜ୍ୟରେ ଗଡିଥିବା 12 ମୁଣ୍ଡ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 3 ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ମୟୂରଭଞ୍ଜରେ ଜଣେ 55 ବର୍ଷୀୟ ପୁରୁଷ, କେନ୍ଦ୍ରାପଡାରେ ଜଣେ 36 ବର୍ଷୀୟ ଯୁବକ, ସମ୍ବଲପୁରରେ ଜଣେ 78 ବର୍ଷୀୟ ବୃଦ୍ଧା, ଭଦ୍ରକରେ 55 ବର୍ଷୀୟ ପୁରୁଷ, ଢେଙ୍କାନାଳରେ 61 ବର୍ଷୀୟ ବୃଦ୍ଧ, ସୁନ୍ଦରଗଡରେ ଜଣେ 77 ବର୍ଷୀୟ ବୃଦ୍ଧ ଓ ସୁନ୍ଦରଗଡରେ ଜଣେ 66 ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଏଥିସହ ଗଜପତିରେ ଜଣେ 34 ବର୍ଷୀୟ ଯୁବକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣା ପଡିଛି ।

ପ୍ରକାଶ ଥାଉ କି ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 1833 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 1,118 ଓ ସ୍ଥାନୀୟ ଅଞ୍ଚଳରୁ 715 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 42,550ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details