ଭୁବନେଶ୍ବର: କୋରୋନା ପରିଚାଳନାରେ କେତେ ସଫଳ ରାଜ୍ୟ ସରାକର ? ସରକାରଙ୍କ ମଡେଲ କେତେ ଫଳପ୍ରଦ ? ସମୟ ବଢୁଥିବା ବେଳେ କୋରୋନା ସଂକ୍ରମଣ ଧିରେ ଧିରେ କମୁଛି, ହେଲେ ମୃତ୍ୟୁ ଟ୍ରେଣ୍ଡରେ ବ୍ରେକ୍ ଲାଗୁନି । ଏହାରି ଭିତରେ ସରକାର, କୋରୋନା ନେଇ ସଫଳ ନୀତିକୁ ଜନସାଧାରଣଙ୍କ ଆଗରେ ଉପସ୍ଥାପିତ କରିଛନ୍ତି । ହେଲେ ସରକାରଙ୍କ କଥନୀ ଓ କରନି ମଧ୍ୟରେ ଦେଖାଯାଇଛି ଅନେକ ଫରକ । କୋଭିଡ ପରିଚାଳନା ନେଇ ପଦାକୁ ଆସିଛି ଅନେକ ତ୍ରୁଟି । ବିଏମସିର ଦୟନୀୟ ସ୍ଥିତି ପଦାରେ ପଡିଛି । ଡାକ୍ତର ନାରେ ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ମଧ୍ୟ ଉଠିଛି ଅଙ୍ଗୁଳି । ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟାର ମଧ୍ୟ ବେଳେବେଳେ ତାଳ ମେଳ ନାହିଁ । ଏ ସବୁ ଭିତରେ ବିଏମସି କୋଭିଡ ପରିଚାଳନା ରେ ପାସ ନା ଫେଲ ତାକୁ ନେଇ ଉଠିଛି ପ୍ରଶ୍ନ ।
କୋରୋନାରେ ୭ ମାସ, ପରିଚାଳନାରେ କେତେ ସଫଳ ରାଜ୍ୟ ସରକାର - କେତେ ସଫଳ ରାଜ୍ୟ ସରକାର
୭ ମାସ ପରେ କୋରୋନା ମୁକାବିଲାରେ ସ୍ଥିତି ଅତ୍ୟନ୍ତ ଦୟନୀୟ କାରଣ ଯେତେବେଳେ ଅନଲକ ୧ ଆରମ୍ଭ ହେଲା ,ତାପରଠାରୁ ରାଜ୍ୟରେ କରୋନା ବଢି ବଢି ଚାଲିଛି,ଏବେ ଭୁବନେଶ୍ୱର ପାଲଟିଛି ହଟସ୍ପଟ । ତେବେ କୋରୋନା ପରିଚାଳନାରେ କେତେ ସଫଳ ରାଜ୍ୟ ସରାକର ଏନେଇ ଉଠିଛି ପ୍ରଶ୍ନ । ଅଧିକ ପଢନ୍ତୁ...
corona-crossed-7-months-in-state-capital
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ