ଓଡିଶା

odisha

ETV Bharat / city

କୋରୋନା ସତର୍କତା: ପର୍ଯ୍ୟାୟକ୍ରମେ ଅନ୍ୟ ଖୋଲାସ୍ଥାନରେ ଖୋଲିବ ହାଟ - ବିଏମସିର ଡେପୁଟି କମିଶନର ଅଂଶୁମାନ ରଥ

ପ୍ରଥମ ପର୍ଯ୍ୟାୟରେ ଏକ ନମ୍ବର ପରିବା ମାର୍କେଟରୁ ଭିଡ ହଟାଇବା ସହ ସାମାଜିକ ଦୂରତ୍ବ ରକ୍ଷା ପାଇଁ ରାଜମହଲ ରାସ୍ତା ଓ ମଦର ପବ୍ଲିକ ସ୍କୁଲ ପଡିଆକୁ ବ୍ୟବସାୟୀଙ୍କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ସ୍ଥାନଗୁକିରେ ମଧ୍ୟ ସୁବିଧା ଦେଖି ଏହି ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବିଏମସିର ଡେପୁଟି କମିଶନର ଅଂଶୁମାନ ରଥ।

Corona caution
କୋରୋନା ସତର୍କତା: ପର୍ଯ୍ୟାୟକ୍ରମେ ଅନ୍ୟ ଖୋଲାସ୍ଥାନରେ ଖୋଲିବ ହାଟ

By

Published : Mar 26, 2020, 1:18 PM IST

ଭୁବନେଶ୍ବର: ଆଜି ପ୍ରଥମ ପର୍ଯ୍ୟାୟରେ ଏକ ନମ୍ବର ପରିବା ମାର୍କେଟରୁ ଭିଡ ହଟାଇବା ସହ ସାମାଜିକ ଦୂରତ୍ବ ରକ୍ଷା ପାଇଁ ରାଜମହଲ ରାସ୍ତା ଓ ମଦର ପବ୍ଲିକ ସ୍କୁଲ ପଡିଆକୁ ବ୍ୟବସାୟୀଙ୍କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ସ୍ଥାନଗୁଡିକରେ ମଧ୍ୟ ସୁବିଧା ଦେଖି ଏହି ବ୍ୟବସ୍ଥା ଗ୍ରହଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିଶନର ଅଂଶୁମାନ ରଥ।

କୋରୋନା ସତର୍କତା: ପର୍ଯ୍ୟାୟକ୍ରମେ ଅନ୍ୟ ଖୋଲାସ୍ଥାନରେ ଖୋଲିବ ହାଟ

ସେହିପରି ଆଗାମୀ ଦିନରେ ଗ୍ରୋସରୀ ଦୋକାନକୁ ଦିନେ ଛଡା ଦିନେ କିମ୍ବା ସକାଳ ଓ ଅପରାହ୍ନ ସମୟ ନିର୍ଘଣ୍ଟ ଅନୁସାରେ ଖୋଲିବା ପାଇଁ ବ୍ୟବସ୍ଥା ହେଉଥିବା ସେ କହିଛନ୍ତି। ଯେହେତୁ ଏହା ଏକ ମହାମାରୀର ରୂପ ଧାରଣ କରୁଛି ଆଉ ଏହା ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଅଧିକ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଏହି ବ୍ୟବସ୍ଥା ଗ୍ରହଣ ହେଉଥିବା ସେ କହିଛନ୍ତି।

ଅନ୍ୟପଟେ ଏହି ବ୍ୟବସ୍ଥାକୁ କଞ୍ଚା ପରିବା ବ୍ୟବସାୟୀ ସଂଘର ସଭାପତି କବିରାଜ ସ୍ବାଇଁ ସ୍ବାଗତ କରିବା ସହିତ ଲୋକମାନଙ୍କୁ କିପରି ଏଠାକୁ ଆସିବାର ବ୍ୟବସ୍ଥା କରାଯାଇ ପାରିବ ସେ ବ୍ୟବସ୍ଥା ପ୍ରଶାସନ କରିବାକୁ ଅନୁରୋଧ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details