ଓଡିଶା

odisha

ETV Bharat / city

‘କମୁଛି ସଂକ୍ରମଣ, 73% ଲୋକଙ୍କ ଦେହରେ ବଢିଛି ରୋଗପ୍ରତିରୋଧକ ଶକ୍ତି’ - କୋରୋନା ସଂକ୍ରମଣ

ରାଜ୍ୟରେ କମୁଛି ସଂକ୍ରମଣ, ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗରେ ସଂକ୍ରମଣ କମିଛି । ପାଖାପାଖି 73 ପ୍ରତିଶତ ଲୋକଙ୍କ ଦେହରେ ରୋଗପ୍ରତିରୋଧକ ଶକ୍ତି ବଢିଛି ବୋଲି କହିଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ସ୍ୱାସ୍ଥ୍ୟ ବିଭାଗ ଓ ଲୋକଙ୍କ ସହଯୋଗରେ ରାଜ୍ୟରେ ହ୍ରାସ ପାଇଛି କୋରୋନା ସଂକ୍ରମଣ
ସ୍ୱାସ୍ଥ୍ୟ ବିଭାଗ ଓ ଲୋକଙ୍କ ସହଯୋଗରେ ରାଜ୍ୟରେ ହ୍ରାସ ପାଇଛି କୋରୋନା ସଂକ୍ରମଣ

By

Published : Nov 6, 2021, 2:12 PM IST

ଭୁବନେଶ୍ବର:ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଏନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗରେ ରାଜ୍ୟରେ ସଂକ୍ରମଣ କମିଛି । ଏହା ଆମ ମାନଙ୍କ ପାଇଁ ଏକ ଭଲ ଖବର ବୋଲି କହିଛନ୍ତି ବିଜୟ ମହାପାତ୍ର ।

ସ୍ୱାସ୍ଥ୍ୟ ବିଭାଗ ଓ ଲୋକଙ୍କ ସହଯୋଗରେ ରାଜ୍ୟରେ ହ୍ରାସ ପାଇଛି କୋରୋନା ସଂକ୍ରମଣ

କିଛି ଦେଶରେ ସଂକ୍ରମଣ ବଢୁଛି ଯାହା ଚିନ୍ତାଜନକ କିନ୍ତୁ ଚାଇନାରେ ଯେତେବେଳେ ସଂକ୍ରମଣ ବଢିଥିଲା, ତାର ବହୁତ ଦିନ ପରେ ଆମ ଦେଶରେ ସଂକ୍ରମଣ ବ୍ୟାପିଥିଲା । ତେବେ ଆଗାମୀ ଦିନରେ ପୁଣି ଯଦି ସଂକ୍ରମଣ ବଢିବ ତେବେ ତାକୁ କିପରି ପ୍ରତିହତ କରିହେବ ସେ ଦିଗରେ କୋଭିଡର ନିୟମାବଳୀ ପରି ପାଳନ କରିବା ଉଚିତ । କୋଭିଡ ସମୟ ଆମକୁ ବହୁତ କିଛି ଶିଖାଇଛି ତେଣୁ ଜନସାଧାରଣ ସେ ସବୁକୁ ବୁଝିପାରିଛନ୍ତି, ତେଣୁ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିଲେ ସଂକ୍ରମଣ ଭୟ ରହିବ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥିପାଇଁ ବିଭାଗ ମଧ୍ୟ ସର୍ଭିଲାନ୍ସ ଜାରି ରଖିଛି, ଲୋକମାନେ ମଧ୍ୟ ସଚେତନ ରୁହନ୍ତୁ । ପାଖାପାଖି 73 ପ୍ରତିଶତ ଲୋକଙ୍କ ଦେହରେ ରୋଗପ୍ରତିରୋଧକ ଶକ୍ତି ବଢିଛି। ଦୈନିକ ପାଖାପାଖି 70 ହଜାର ଟେଷ୍ଟିଂ କରାଯାଉଛି।

ସୂଚନା ଅନୁଯାୟୀ, ରାଜ୍ୟରେ କରୋନା ସଂକ୍ରମଣ ଏବେ ହ୍ରାସ ହେବାରେ ଲାଗିଛି। ରାଜ୍ୟରେ ଟିପିଆର ରହିଛି 0.3। ତେବେ ରାଜ୍ୟରେ ସମସ୍ତ ଜିଲ୍ଲା ଏବେ ଗ୍ରୀନ ଜୋନରେ ରହିଥିବା ବେଳେ ଖୋର୍ଦ୍ଧା ୟେଲୋ ଜୋନରେ ରହିଛି । ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, କୋରାପୁଟ ମାଲକାନଗିରି, ନବରଙ୍ଗପୁର ନୟାଗଡ ନୂଆପଡା ଓ ରାୟଗଡାରେ 0 ପ୍ରତିଶତ ଟିପିଆର ରହିଛି। ସେହିପରି ଭାବରେ ଖୋର୍ଦ୍ଧାରେ ଟିପିଆର ରହିଛି0.81 ପ୍ରତିଶତ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details