ଭୁବନେଶ୍ବର:ରାଜ୍ୟରେ ହ୍ରାସପାଇଥିବା କୋରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଦୈନିକ ଟେଷ୍ଟିଂ ୬୦ ରୁ ୬୨ ହଜାର ରହୁଛି । କିନ୍ତୁ ଏତେ ଜଲଦି ସଂକ୍ରମଣ ହ୍ରାସ ପାଇବ ବୋଲି ଆଶା କରାଯାଉନଥିଲା । କିନ୍ତୁ ବର୍ତ୍ତମାନ ଦ୍ରୁତ ଗତିରେ ହ୍ରାସ ପାଉଛି ସଂକ୍ରମଣ। ଯେଉଁଭଳି ଭାବେ ସଂକ୍ରମଣ କମୁଛି ପୂର୍ବ ଅବସ୍ଥାକୁ ଫେରିବା । ସଂକ୍ରମଣ ସମ୍ପୂର୍ଣ୍ଣ କମିଲା ବୋଲି କହି ପାରିବା । କିନ୍ତୁ କୌଣସି ମହାମାରୀ ଶେଷ ହୁଏନି। ଏହା ଧୀରେ ଧୀରେ ଏଣ୍ଡେମିକ ହୁଏ। ବର୍ତ୍ତମାନ ଆମେ ଭଲ ସ୍ଥିତିରେ ଅଛୁ। ଭଲ ସ୍ଥିତିକୁ ବି ଫେରୁଛୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ସେହିପରି କୋଭିଡ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, କୋଭିଡ ପିକ ସମୟରେ ଅଧିକ ହସ୍ପିଟାଲାଇଜେସନ ହୋଇଛି । ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ବଢୁଛି। ଭେଣ୍ଟିଲେଟରରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ସମ୍ଭାବନା ରହୁଛି। ସେହିପରି ICUରେ ଥିବା ରୋଗୀଙ୍କ ମଧ୍ୟରୁ ୨୦-୩୦ ପ୍ରତିଶ୍ରତ ରୋଗୀଙ୍କ ଅବସ୍ଥା ଖରାପ ଅବସ୍ଥାକୁ ଯାଇଥାଏ । ଏହା ସହ ଅନ୍ୟ ଦୁରାରୋଗ୍ୟରେ ପୀଡିତ ଯୋଗୁଁ ବି ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି।