ଭୁବନେଶ୍ବର: କୋରୋନା କଟକର ଭାଇଚାରାକୁ ଭାଙ୍ଗି ପାରିବ ନାହିଁ। କଟକ ସହରରେ କୋରୋନା ଟେଷ୍ଟକୁ ପ୍ରାଥମିକତା। କୋରୋନାରେ ଆକ୍ରାନ୍ତ ଓ ତାଙ୍କ ପରିବାର ସହିତ ଭଲ ବ୍ୟବହାର କରିବାକୁ କଟକ ମହାନଗର କମିଶନରଙ୍କ ପରାମର୍ଶ ଦେଇଛନ୍ତି।
କଟକରେ ମୋଟ ଆକ୍ରାନ୍ତ 1004 ରହିଥିବା ବେକ 511 ସୁସ୍ଥ ହୋଇଛନ୍ତି ଏବଂ 483 ସକ୍ରିୟ ଅଛନ୍ତି। କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କଟକରେ ବଢ଼ୁଥିବାରୁ ଟେଷ୍ଟକୁ ପ୍ରାଥମିକତା ଦିଆଯାଇଛି। ଏହି ସମୟରେ ଅଧିକରୁ ଅଧିକ ଟେଷ୍ଟ କରାଯିବ। କଟକରେ ପ୍ରାୟ 35 ହଜାର ଟେଷ୍ଟ କରାଯାଇଛି। କଟକ ଜିଲ୍ଲାରେ ମୋଟ 2279 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ସହରରୁ 1004 ଓ ଗ୍ରାମଞ୍ଚରୁ 1300 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କଟକ ସହରରେ 483 ଜଣ ସକ୍ରିୟ ରହିଥିବା ବେଳେ ଗ୍ରାମାଞ୍ଚଳରେ 380 ଜଣ ସକ୍ରିୟ ରହିଛନ୍ତି। ଆବଶ୍ୟକ ନଥିଲେ ମାର୍କେଟକୁ ନଯିବାକୁ ପରାମର୍ଶ ଦେଇଛନ୍ତି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାକୁ ଅନୁରୋଧ କରିଛନ୍ତି କମିଶନର। କଣ୍ଟେନମେଣ୍ଟ ଜୋନରେ ଅଧିକ ପରିମାଣରେ କୋରୋନା ଟେଷ୍ଟ କରାଯିବ ବୋଲି ସିଏମସି କମିସନର କହିଛନ୍ତି।