ଭୁବନେଶ୍ବର: କୋରୋନାକୁ ନେଇ ପେଟ୍ରୋଲ ଓ ଡିଜେଲ ଉପରେ ପଡିପାରେ କି ପ୍ରଭାବ ? ଏନେଇ ସମସ୍ତେ ଚିନ୍ତିତ । 2 ମାସରେ 30 ପ୍ରତିଶତ ବେପାର ହ୍ରାସ । ମାର୍ଚ୍ଚ 31 ପର୍ଯ୍ୟନ୍ତ ସରକାର ସମସ୍ତ ସ୍କୁଲ କଲେଜ, ସିନେମା ହଲ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଅର୍ଥନୀତିକୁ କୋରୋନା ଗୁରୁତର ଭାବରେ ପ୍ରଭାବ ପକାଇବ। କୋରୋନାକୁ ଜାତୀୟ ବିପତ୍ତି ଘୋଷଣା କରାଯାଇଥିବା ବେଳେ ଦେଶରେ ସମସ୍ତ ପେଟ୍ରୋଲିୟମ ଉପରେ ମଧ୍ୟ ପ୍ରଭାବ ପକାଇବ।
ସେପଟେ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଉତ୍ପାଦ ଶୁକ୍ଳ। କେନ୍ଦ୍ର ସରକାର ଶନିବାର ମଧ୍ୟରାତିରେ ଉତ୍ପାଦ ଶୁକ୍ଳ 3 ଟଙ୍କା ବଢ଼ାଇଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ସତ୍ତ୍ବେ ସରକାର ଉତ୍ପାଦ ଶୁକ୍ଳ ବଢ଼ାଉଛନ୍ତି । ଏହା କୌଣସି ଖାଉଟିଙ୍କ ଉପରେ ପ୍ରଭାବ ପକାଇବ ନାହିଁ । ଯାହା ସରକାର ତୈଳ କମ୍ପାନୀର ପ୍ରାଇସରେ ଆଡ଼ଜଷ୍ଟ କରିଛନ୍ତି । ଯଦି କରୋନା ଭୂତାଣୁ ଏଭଳି ସ୍ଥିତିରେ ରୁହେ ତେବେ କଞ୍ଚା ତେଲ ବିଦେଶରୁ ମଗେଇବା ଅସୁବିଧା ହୁଏ ତେବେ ଅଭାବ ଦେଖାଦେବ ବୋଲି କହିଛନ୍ତି ସଞ୍ଜୟ ଲାଠ।