ଭୁବନେଶ୍ବର:ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ସଂକ୍ରମଣ । ନୂଆ ଭାଇରସ ଓମିକ୍ରନ ଦ୍ବାରା ଲୋକେ ସଂକ୍ରମିତ ହେଉଥିବାରୁ ଏଥିରୁ ବର୍ତ୍ତିବା ପାଇଁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି କୋରୋନା ପ୍ରିକସନ୍ ବା ବୁଷ୍ଟର ଡୋଜ । ଦ୍ବିତୀୟ ଡୋଜର 9 ମାସ ପରେ ଅର୍ଥାତ୍ 39 ସପ୍ତାହ ପରେ ଏହି ବୁଷ୍ଟର ଡୋଜ ଦିଆଯିବ। ଯେଉଁମାନେ ଯେଉଁ ଟିକା ନେଇଥିବେ ସେମାନେ ସେହି ଟିକା ନେବେ। କୋଭିଡ କାର୍ଯ୍ୟରେ ନିୟୋଜିତ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଜଣାପଡ଼ିଛି ।
ସମ୍ମୁଖ ଯୋଦ୍ଧା ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଦିଆଯିବ ଏହି ଡୋଜ। ଯେଉଁମାନେ ଉଭୟ ଡୋଜ ନେଇଥିବେ ସେମାନଙ୍କୁ ଏହି ବୁଷ୍ଟର ଡୋଜ ଦିଆଯିବ। ଯେଉଁ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରମାନେ କୋଭିଡ଼ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ପ୍ରାଥମିକ ଭାବରେ ଅଗ୍ରାଧିକାର ଭିତ୍ତିରେ ଦିଆଯିବ ବୁଷ୍ଟର ଡୋଜ ।
ଏହା ବି ପଢନ୍ତୁ: Odisha Corona Report: ଦିନକରେ ୨୭୦୩ ପଜିଟିଭ ଚିହ୍ନଟ